ଉତ୍ତରାଖଣ୍ଡରେ ଖାଇକୁ ଖସିଲା ବସ୍, 32 ଯାତ୍ରୀଙ୍କ ଗଲା ଜୀବନ
ଉତ୍ତରାଖଣ୍ଡର ପୌରୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ 32 ମୃତ, 20 ଆହତ । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।
ଡେରାଡୁନ: ଉତ୍ତରାଖଣ୍ଡର ପୌରୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ 32 ମୃତ, 20 ଆହତ । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏହି ଯାତ୍ରୀବାହୀ ବସ୍ ହରିଦ୍ୱାର ଜିଲ୍ଲାର ଲାଲଢାଙ୍ଗରୁ ପୌରୀର ବୀରୋଖାଲ ଗାଁକୁ ଯାଉଥିଲା । ବସ୍ରେ ପାଖାପାଖି 40-50 ଯାତ୍ରୀ ରହିଥିଲେ । ତେବେ ଏହି ବସଟି ବରଯାତ୍ରୀଙ୍କୁ ନେଇ ଯାଉଥିବା ସୂଚନା ମିଳିଛି । ବସଟି ସିଏମଡି ଗ୍ରାମ ନିକଟରେ ପହଞ୍ଚିବା ପରେ ହଠାତ୍ ନିୟନ୍ତ୍ରଣ ହରାଇ ଖାଇରେ ଖସିପଡିଥିଲା। ଖବର ପାଇ ଏସଡିଆରଏଫ ଏବଂ ଏନଡିଆରଏଫ ଦଳ ରହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।














Click it and Unblock the Notifications