ଅଳକାନନ୍ଦା ନଦୀକୁ ଖସିଲା ବସ୍; ଥିଲେ ୧୮ ଯାତ୍ରୀ,ଜଣେ ମୃତ, ୭ ଉଦ୍ଧାର

ସକାଳୁ ସକାଳୁ ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା । ଆଜି ସକାଳେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଘୋଲଥିରଠାରେ ଏକ ଯାତ୍ରୀବାହୀ ସମ୍ପୂର୍ଣ୍ଣ ବସ୍ ଅଳକନନ୍ଦା ନଦୀରେ ବୁଡ଼ି ଯାଇଛି । ଫଳରେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୯ ବର୍ଷର ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ଆହତ ଉଭୟ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏସଡିଆରଏଫ୍ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ କୁହାଯାଉଛି ଯେ ବର୍ତ୍ତମାନ ୧୦ ଜଣ ଯାତ୍ରୀ ନିଖୋଜ ଅଛନ୍ତି, ସେମାନଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ।

acident

ତେବେ ମିଳିଥିବା ସୂଚନା ଅନୁସାରେ, ୩୧ ଜଣ ଯାତ୍ରୀ କ୍ଷମତା ବିଶିଷ୍ଟ ମିନି ବସ୍‌ରେ ଦୁର୍ଘଟଣା ସମୟରେ ଡ୍ରାଇଭର ସମେତ ୨୦ ଜଣ ଭକ୍ତ ଥିଲେ ଏବଂ ଏହା ବଦ୍ରିନାଥ ଧାମ ଅଭିମୁଖେ ଯାତ୍ରା କରୁଥିଲା । ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥର ଘୋଲଥିର ନିକଟରେ ଏକ ଟ୍ରକ୍ ଧକ୍କା ଦେବା ପରେ ମିନି ବସ୍‌ଟି ଖାଇକୁ ଖସି ପଡ଼ିଲା। ବସ୍‌ରେ ୨୦ ଜଣ ଥିବା ସୂଚନା ରହିଛି । ଯେଉଁଥିରୁ ୭ ଜଣ ବସ୍‌ରୁ ବାହାରକୁ ଛିଟିକି ପଡିଥିଲେ । ବସ୍‌ର ବାକି ଅଂଶ ନଦୀରେ ବୁଡ଼ି ଯାଇଥିଲା। କୁହାଯାଉଛି ଯେ କେଦାରନାଥରୁ ଯାତ୍ରା କରିବା ପରେ ଯାତ୍ରୀମାନେ ରାତିରେ ରୁଦ୍ରପ୍ରୟାଗରେ ରହିଥିଲେ। ସେମାନେ ଆଜି ସକାଳେ ବଦ୍ରିନାଥ ଅଭିମୁଖେ ବାହାରିଥିଲେ କିନ୍ତୁ ଗୋଚର ନିକଟରେ ହଠାତ୍ ଏକ ଟ୍ରକ୍ ସହିତ ଧକ୍କା ହେବା ଯୋଗୁଁ ବସ୍‌ଟି ଏକ ଖାତକୁ ଖସି ପଡ଼ିଲା ଏବଂ ତା'ପରେ ଅଳକନନ୍ଦା ନଦୀରେ ବୁଡ଼ିଯାଇଛି ।

ନଦୀର ଦ୍ରୁତ ପ୍ରବାହ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ଏକ ଚ୍ୟାଲେଞ୍ଜ ରହିଛି କିନ୍ତୁ ସ୍ଥାନୀୟ ଲୋକଙ୍କ ସହିତ ଉଦ୍ଧାରକାରୀ ଦଳ ଭକ୍ତମାନଙ୍କୁ ନିରନ୍ତର ଖୋଜାଖୋଜି କରୁଛନ୍ତି। ଚାରିଧାମ ଯାତ୍ରା ପାଇଁ ଆସିଥିବା ଗାଡ଼ିରେ ରାଜସ୍ଥାନର ଉଦୟପୁରର ଏକ ପରିବାର ମଧ୍ୟ ଥିଲା।

ଅନ୍ୟପଟରେ, ଗତ କିଛି ଦିନ ଧରି କେଦାରନାଥ ଏବଂ ରୁଦ୍ରପ୍ରୟାଗର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀରେ ପାଣିର ପ୍ରବାହ ମଧ୍ୟ ଦ୍ରୁତ ରହିଛି। ଏପରି ପରିସ୍ଥିତିରେ କୁହାଯାଉଛି ଯେ ବସ୍‌ଟି ଖସିପଡ଼ିବା ଯୋଗୁଁ ଅନେକ ଯାତ୍ରୀ ଏହାର ଦ୍ରୁତ ପ୍ରବାହରେ ଭାସିଯାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+