ଦକ୍ଷିଣ ଆଫ୍ରିକାରେ ବସ ଦୁର୍ଘଟଣା, ୪୫ ମୃତ, ୮ ବର୍ଷର ଶିଶୁ ଗୁରୁତର
ଦୁର୍ଘଟଣାରେ ଚାଲିଗଲା 45 ଜୀବନ । ଦକ୍ଷିଣ ଆଫ୍ରିକାରରେ ଇଷ୍ଟର୍ ଉତ୍ସବ ପାଇଁ ଲୋକଙ୍କୁ ନେଇ ଯାଉଥିବା ଏକ ବସ୍ ଗୁରୁବାର ଦିନ ଏକ ବଡ ଧରଣର ଦୁର୍ଘଟଣା ହୋଇଛି । ଏହି ବସ ବ୍ରିଜ ଉପରୁ ତଳକୁ ଖସି ପଡିଥିଲା। ଯାହା ଫଳରେ 45 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଏହି ବସ୍ ପଡୋଶୀ ଦେଶ ବୋତସ୍ୱାନା ଠାରୁ ମୋରିଆ ସହରକୁ ଯାଉଥିଲା। ଦେଶର ଉତ୍ତର ଲିମ୍ପୋପୋ ପ୍ରଦେଶର ଅଧିକାରୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣାରୁ କେବଳ ଜଣେ 8 ବର୍ଷର ଶିଶୁ ଜୀବନ ଫେରି ପାଇଛି । ପିଲାଟିର ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ଚାଲିଛି । ତେବେ ନାବାଳିକା ମଧ୍ୟ ଗୁରୁତର ଆହତ ହୋଇଥିବା ସେ କହିଛନ୍ତି।

ଲିମ୍ପୋପୋ ପ୍ରାଦେଶିକ ସରକାର କହିଛନ୍ତି ଯେ ବସ୍ ମମତାକାଲା ବ୍ରିଜ୍ ତଳେ ଥିବା ଏକ ଘାଟରେ 164 ଫୁଟ ତଳକୁ ଖସିପଡି ନିଆଁ ଲାଗିଯାଇଥିଲା । ସରକାର କହିଛନ୍ତି ଯେ ସର୍ଚ୍ଚ ଅପରେସନ ଜାରି ରହିଛି କିନ୍ତୁ ଅନେକ ମୃତଦେହ ଏତେ ଜଳିଯାଇଛି ଯେ ସେମାନଙ୍କୁ ଚିହ୍ନିବା କଷ୍ଟସାଧ୍ୟ ହୋଇପଡିଛି ଏବଂ ସେମାନେ ବସ୍ରେ ଫସି ରହିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଏହି ବସ୍ ପଡୋଶୀ ବୋତସ୍ୱାନା ଠାରୁ ଏକ ଲୋକପ୍ରିୟ ଇଷ୍ଟର ତୀର୍ଥସ୍ଥାନ ମୋରିଆ ସହରକୁ ଯାଉଥିଲା। ତାଙ୍କ କହିବାନୁସାରେ, ବସ୍ ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହରାଇବାରୁ ଏମିତି ଦୁର୍ଘଟଣା ହୋଇଥିବା ଜଣାପଡିଛି।
ଜାତୀୟ ପରିବହନ ବିଭାଗ କହିଛି ଯେ ସଡ଼କ ସୁରକ୍ଷା ଅଭିଯାନ ପାଇଁ ପରିବହନ ମନ୍ତ୍ରୀ ସିନ୍ଦିସିୱେ ଚିକୁଙ୍ଗା ଲିମ୍ପୋପୋ ପ୍ରଦେଶରେ ଥିଲେ ଏବଂ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେ କହିଛନ୍ତି ଯେ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି। ସଡକ ଯାତ୍ରା ପାଇଁ ବ୍ୟସ୍ତ ଏବଂ ବିପଦପୂର୍ଣ୍ଣ ସମୟ ହୋଇଥିବାରୁ ଇଷ୍ଟର ଛୁଟିଦିନରେ ଦକ୍ଷିଣ ଆଫ୍ରିକା ସରକାର ସଡକ ଦୁର୍ଘଟଣାର ଆଶଙ୍କା ବିଷୟରେ ବାରମ୍ବାର












Click it and Unblock the Notifications