Get Updates
Get notified of breaking news, exclusive insights, and must-see stories!

ଜଳିଗଲା ବସ୍‌: ୫ ଜୀବନ୍ତ ଦଗ୍ଧ

Accident News: ଉତ୍ତରପ୍ରଦେଶର ଗାଜିପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୧୧ ହଜାର କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏକ ଚଳନ୍ତା ବସରେ ନିଆଁ ଲାଗି ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁସାରେ, ବସରେ ୩୦ରୁ ଅଧିକ ଯାତ୍ରୀ ଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି ।

Ghazipur Bus Fire

ସୂଚନା ଅନୁସାରେ, ଏହି ଘଟଣାରେ ଗାଜିପୁରର ମରଦହ ଥାନା ଅଞ୍ଚଳ ସ୍ଥିତ ମହାହର ରୋଡରେ ଘଟିଛି । ଏକ ବସ୍ ମଉର କୋପାରୁ ବରଯାତ୍ରୀ ନେଇ ଏକ ବସଟି ମରଦହର ଧାମ ଯାଉଥିଲା । ଯେଉଁ ସମୟରେ ହଠାତ୍ ଏକ ୧୧ ହଜାର କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବସରେ ନିଆଁ ଲାଗିଯାଇଥିଲା ।

ଫଳରେ ଘଟଣାସ୍ଥଳରେ ୫ ଜଣ ଯାତ୍ରୀ ଜୀବନ୍ତ ଜଳି ଯାଇଥିବା ନେଇ ସୂଚନା ରହିଛି । ସେହିପରି କିଛି ଯାତ୍ରୀ ବସ୍‌ରୁ ତଳକୁ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି । ସେହିପରି ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ନେଇ ଖବର ରହିଛି । ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସମସ୍ତ ଆହତଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯଇଛି ।

ସମସ୍ତ ଚିକିତ୍ସା ଜାରି ରହିଛି । ଗୁରୁତରଙ୍କ ମଧ୍ୟରେ ଅନେକ ଛୁଆ ମଧ୍ୟ ସାମିଲ ଅଛନ୍ତି । ତେବେ ନିଆଁ ଏତେ ଭୟଙ୍କର ଥିଲା ଯେ, ଲୋକ ନିଆଁ ଲିଭାଇବା ପାଇଁ ବସ୍ ପାଖକୁ ଯିବାକୁ ସାହାସ କରି ନଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ମୁଖ୍ୟମନ୍ତ୍ରୀ ଯୋଗା ଆଦିତ୍ୟନାଥ ରିଲିଫ୍, ଉଦ୍ଧାର କାର୍ଯ୍ୟ ଏବଂ ସମସ୍ତଙ୍କ ଚିକିତ୍ସା ତୁରନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+