ସାଉଦି ଆରବ ମଦିନା ନିକଟରେ ଜଳିଗଲା ବସ୍‌; ୪୨ ଜୀବନ୍ତ ଦଗ୍ଧ

ତୀର୍ଥଯାତ୍ରା ପାଇଁ ଭାରତରୁ ଯାଇଥିଲେ ସାଉଦି ଆରବ ଦେଶ।ମାତ୍ର ଏବେ ସେଠାରେ ଏକ ଭୟଙ୍କର ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ଜୀବନ ଯାଇଛି । ଏମାନଙ୍କ ଭିତରେ ଅନେକ ଛୋଟ ଶିଶୁ ଥିବାର ମଧ୍ଯ କୁହାଯାଉଛି। ସାଉଦି ଆରବିଆ ଦେଶରେ ଭୟଙ୍କର ଅଗ୍ନିକାଣ୍ଡ। ବସରେ ନିଆଁ ଲାଗିଯିବାରୁ 42 ଜଣ ଲୋକ ଜଳି ଯାଇଥିବା କୁହାଯାଉଛି। ସମସ୍ତ ଲୋକ ଭାରତୀୟ ହୋଇଥିବା ସୂଚନା ।ସାଉଦି ଆରବର ମଦିନରେ ଏହି ଅଘଟଣ ଘଟିଛି।

Saudi Arabia

ସାଉଦି ଦେଶରୁ ଭାରତୀୟଙ୍କ ପାଇଁ ହୃଦୟବିଦାରକ ଖବର ଆସିଛି, ଆଜି ଭୋର ପ୍ରାୟ ଶାଢେ ଗୋଟାଏ ସମୟରେ ଏକ ଯାତ୍ରୀବାହୀ ବସ୍ ଏବଂ ଡିଜେଲ ଟ୍ୟାଙ୍କର ଧକ୍କା ହେବା ଫଳରେ ସାଉଦି ଆରବରେ ଅତି କମରେ ୪୨ ଜଣ ଭାରତୀୟ ଉମରା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗଣମାଧ୍ୟମର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର ବୋଲି କୁହାଯାଉଛି। ଧକା ଫଳରେ ଭୟଙ୍କର ଶବ୍ଦ ସହ ବିସ୍ଫୋରଣ ହୋଇଥିଲା। ଚାହୁଁ ତାହୁଁ ବସଟି ପୁରା ଜଳି ଯାଇଥିଲା।

ସୂଚନା ଅନୁଯାୟୀ ବସ୍‌ଟି ମେକାରୁ ମଦିନା ଅଭିମୁଖେ ଯାତ୍ରା କରୁଥିଲା। ମେକାରେ ସେମାନଙ୍କର ପବିତ୍ର ରୀତିନୀତି ସମାପ୍ତ କରି ତୀର୍ଥଯାତ୍ରୀମାନେ ମଦିନା ଅଭିମୁଖେ ଯାତ୍ରା କରୁଥିଲେ। ଦୁର୍ଘଟଣା ଘଟିବା ସମୟରେ ସମସ୍ତ ଯାତ୍ରୀ ଗଭୀର ନିଦ୍ରାରେ ଥିଲେ। ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର 20 ଜଣ ମହିଳା ଏବଂ 11 ଜଣ ଶିଶୁ ଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଏହି ଧକ୍କାରେ ଗୁରୁତର ଆହତ ହୋଇଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ସହାୟତା କରୁଛନ୍ତି।

ଦୁର୍ଘଟଣାରେ ମୃତାହତଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ, ସ୍ଥାନୀୟ ସୂତ୍ର ଅନୁସାରେ ଦୁର୍ଘଟଣା ପରେ 40 ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବସ୍‌ରେ ହାଇଦ୍ରାବାଦ ଏବଂ ତେଲେଙ୍ଗାନା ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ଯାତ୍ରୀ ଥିବା କୁହାଯାଉଛି।

ଦୁର୍ଘଟଣାର ସଠିକ୍ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ନାହିଁ କିନ୍ତୁ ହଜ୍ ଏବଂ ଉମରାହ ମନ୍ତ୍ରଣାଳୟ ଏବଂ ଟ୍ରାଭେଲ୍ ଏଜେନ୍ସି ଦୁର୍ଘଟଣା ହୋଇଥିବା ନିଶ୍ଚିତ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+