ଜଳିଗଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଭବାନୀପାଟଣା : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ୯ଟାରେ ଏକ ଘରୋଇ ବସ୍ରେ ନିଆଁ ଲାଗି ଜଳି ଯାଇଛି। ଶଟ୍ସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଏକ ଘରୋଇ ଯାତ୍ରୀବାହୀ ବସ ଜୟପୁରରୁ ରାଉରକେଲାକୁ ଯାଉଥିଲା। ବଳଦିଆମାଲ ଛକ ଠାରେ ବସରେ ହଠାତ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସମସ୍ତ ଯାତ୍ରୀଙ୍କୁ ନିଆଁ ଲାଗିବା ସଙ୍ଗେ ସଙ୍ଗେ ସୁରକ୍ଷିତ ଭାବେ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଫଳରେ ଗାଡ଼ିରେ ବସିଥିବା ଶତାଧିକ ଯାତ୍ରୀ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଜୁନାଗଡ଼ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ବସର ନିଆଁ ଲିଭାଇବାକୁ ଉଦ୍ୟମ କରୁଛି।












Click it and Unblock the Notifications