ବସ-ଲରି ଧକ୍କା: ଜୀଅନ୍ତା ଜଳିଗଲେ 8 ଯାତ୍ରୀ

କର୍ଣ୍ଣାଟକର ବିଦାର ଶ୍ରୀରଙ୍ଗପାଟନ ରାଜପଥରେ ସଡକ ଦୁର୍ଘଟଣା। ବସ-ଲରି ମୁହାଁମୁହିଁ ଧକ୍କା। ଧକ୍କା ପରେ ବସରେ ନିଆଁ ଲାଗି 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 16 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଦାର ଶ୍ରୀରଙ୍ଗପାଟନ ରାଜପଥରେ ସଡକ ଦୁର୍ଘଟଣା। ବସ-ଲରି ମୁହାଁମୁହିଁ ଧକ୍କା। ଧକ୍କା ପରେ ବସରେ ନିଆଁ ଲାଗି 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 16 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Accident

ସୂଚନା ଅନୁସାରେ,ଏକ ଘରୋଇ ବସ 35 ଜଣ ଯାତ୍ରୀଙ୍କୁ ନେଇ ଗୋଆରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା । କର୍ଣ୍ଣାଟକର କାଲାବୁର୍ଗା ଜିଲ୍ଲା କମଲାପୁର ଦେଇ ବସଟି ଯାଉଥିବା ସମୟରେ ବିପରିତ ଦିଗରୁ ଦ୍ରୃତ ଗତିରେ ଆସୁଥିବା ଏକ ଲରି ଧକ୍କା ଦେଇଥିଲା । ଫଳରେ ବସଟି ବ୍ରିଜରେ ବାଡେଇ ହୋଇଯିବା ପରେ ନିଆଁ ଲାଗିଯାଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତା ଘଟଣାସ୍ଥଳରୁ 12 ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କର ଚିକିତ୍ସା ଚାଲିଛି । ତେବେ ସମସ୍ତ ମୃତକ ହାଇଦ୍ରାବାଦର ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+