ନାସିକରେ ବସ୍- କଣ୍ଟେନର ଧକ୍କା, 14 ମୃତ
ନାସିକର ଔରଙ୍ଗାବାଦ ରୋଡରେ ବଡ ଦୁର୍ଘଟଣା । ବସ୍-କଣ୍ଟେନର ଧକ୍କା ଫଳେ ନିଆଁ ଲାଗିଯିବାରୁ ପ୍ରାୟ 14 ଯାତ୍ରୀଙ୍କ ମୃତ୍ୟୁ ଘଟିଛି
ମୁମ୍ବାଇ: ନାସିକର ଔରଙ୍ଗାବାଦ ରୋଡରେ ବଡ ଦୁର୍ଘଟଣା । ବସ୍-କଣ୍ଟେନର ଧକ୍କା ଫଳରେ ନିଆଁ ଲାଗିଯିବାରୁ ପ୍ରାୟ 14 ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ 30 ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର 4.30 ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ଦେଇଛି ନାସିକ ପୋଲିସ ।

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ବସ୍ ଟି ୟାବତମାଲରୁ ନାସିକ ଅଭିମୁଖେ ଯାତ୍ରା କରିଥିଲା । ବସରେ 30ରୁ ଅଧିକ ଯାତ୍ରୀ ଥିଲେ । ନାସିକର ଔରଙ୍ଗାବାଦ ରୋଡରେ ବସଟି ଏକ କଣ୍ଟେନର ସହିତ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବସରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ବସ୍ ର ଡ୍ରାଇଭର ମଧ୍ୟ ପ୍ରାଣ ହରାଇଥିଲେ। ଭୋର ସମୟ ହୋଇଥିବାରୁ ଅଧିକାଂଶ ଯାତ୍ରୀ ଶୋଇଥିଲେ। ତେଣୁ ଦୁର୍ଘଟଣା ପରେ ନିଜର ଜୀବନ ବଞ୍ଚାଇ ପାରିନଥିଲେ । କିଛି ବୁଝିବା ଆଗରୁ ଅନେକ ଯାତ୍ରୀ ଆଖି ବୁଜିସାରିଥିଲେ । ବର୍ତ୍ତମାନ ଏନେଇ ନାସିକ ପୋଲିସ ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications