ମହାଦେବ ଦର୍ଶନ କଲେ ବୁର୍ଖାଧାରୀ ମହିଳା
ବୁର୍ଖାଧାରୀ ମହିଳା କଲେ ମହାଦେବଙ୍କ ଦର୍ଶନ । ମୈନପୁରୀରେ ଥିବା ଭିମସେନ ମନ୍ଦିରରେ ସମସ୍ତ ଧର୍ମର ଶ୍ରଦ୍ଧାଳୁ ପ୍ରବେଶ ନେଇ ଅନୁମତି ରହିଛି ।
ଲକ୍ଷ୍ନୌ: ଆଜି ଠାରୁ ଆରମ୍ଭ ହେଲା ପବିତ୍ର ଶ୍ରାବଣ ସୋମବାର । ସମସ୍ତ ଶୈବପୀଠରେ ଜଳଲାଗି ଲାଗି ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ କାଉଡିଆମାନେ ପ୍ରଭୁଙ୍କୁ ଜଳଲାଗି କରିପାରୁନଥିଲେ । ଆଜି ଶିବ ମନ୍ଦିରରେ ଦେଖିବାକୁ ମିଳିଛି କାଉଡିଆ ଭକ୍ତଙ୍କ ଭିଡ । ବୋଲବମ ଧ୍ବନିରେ କମ୍ପୁଛି ଚାରିଦିଗ । କିନ୍ତୁ ଏହାରି ଭିତରେ ଉତ୍ତରପ୍ରଦେଶର ମୈନପୁରୀ ଅଞ୍ଚଳରେ ଥିବା ଶିବ ମନ୍ଦିରରେ ଘଟିଛି ଏକ ଭିନ୍ନ ଘଟଣା ।

ଜଣେ ବୁର୍ଖା ପିନ୍ଧା ମହିଳା ମନ୍ଦିରରେ ପହଞ୍ଚି ମହାଦେବଙ୍କ ଦର୍ଶନ ନେଇ ଅନୁମତି ମାଗିଥିଲେ । ମୈନପୁରୀରେ ଥିବା ଭିମସେନ ମନ୍ଦିରରେ ସମସ୍ତ ଧର୍ମର ଶ୍ରଦ୍ଧାଳୁ ପ୍ରବେଶ ନେଇ ଅନୁମତି ରହିଛି । ସବୁ ଲୋକ ବିନା ଦ୍ବିଧାରେ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିପାରିବେ।
ମୋହଲ୍ଲା ଗାଡିୱାନରେ ଅବସ୍ଥିତ ଭୀମସେନ ମହାରାଜ ମନ୍ଦିର ଦ୍ୱାଦଶ ଶତାବ୍ଦୀରେ ଏକ ପୌରାଣିକ ବ୍ୟକ୍ତିତ୍ୱ ବୋଲି ବିଶ୍ୱାସ କରାଯାଉଥିବା ଦେବତାଙ୍କ ପାଇଁ ନିର୍ମିତ ହୋଇଥିଲା। ଦେବୀ ଶୀତଲା ଦେବୀଙ୍କ ନାମରେ ଉତ୍ସର୍ଗୀକୃତ । ଏଠାରେ ମଧ୍ୟ ଭଗବାନ ଶିବଙ୍କର ମୂର୍ତ୍ତି ପଦ୍ମାସାନା ମୁଦ୍ରାରେ ସ୍ଥାନିତ ହୋଇଛି।












Click it and Unblock the Notifications