କଂଗ୍ରେସ ସାଂସଦଙ୍କ ସିଟ୍ରୁ ମିଳିଲା ଟଙ୍କା, ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଷ୍ଟ୍ରପତି
Cash In Parliament Row: ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭାରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହଭିଙ୍କ ଆବଣ୍ଟିତ ରାଜ୍ୟସଭା ଆସନରୁ ଟଙ୍କା ବିଡ଼ା ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଛି । ରାଜ୍ୟସଭାରେ ନିୟମିତ ଯାଞ୍ଚ ସମୟରେ କଂଗ୍ରେସ ସାଂସଦଙ୍କ ସିଟ୍ ବଣ୍ଡଲ ମୁଦ୍ରା ନୋଟ ମିଳିବା ପରେ ଏହି ଘଟଣା ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଧନକର ରାଜ୍ୟସଭାରେ ଘୋଷଣା କରିଛନ୍ତି ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ଏବଂ ଏହାର ତଦନ୍ତ ଜାରି ରହିଛି ।

ଶୁକ୍ରବାର ଅର୍ଥାତ୍ ଡିସେମ୍ବର ୬ ତାରିଖରେ ରାଷ୍ଟ୍ରପତି ଜଗଦୀପ ଧନକର ଗୃହରେ ସୂଚନା ଦେଇଛନ୍ତି ଯେ, ଗୁରୁବାର ଦିନ ଗୃହ ସ୍ଥଗିତ ରଖାଯିବା ପରେ ସୁରକ୍ଷା କର୍ମୀମାନେ ଆମକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ସେମାନେ କହିଛନ୍ତି ଯେ ସିଟ୍ ନମ୍ବର 222 ରୁ ନଗଦ ଟଙ୍କା ମିଳିଛି, ଏହି ଆସନ ତେଲେଙ୍ଗାନା ସାଂସଦ ଅଭିଷେକ ମନୁ ସିଂଭିଙ୍କୁ ଦିଆଯାଇଥିଲା। ତେବେ ଏହି ଘଟଣାର ନିଶ୍ଚୟ ତଦନ୍ତ ହେବା ଉିଚିତ୍ ।
ସେହିପରି ଏହି ଘଟଣାକୁ ନେଇ କଂଗ୍ରେସ ସାଂସଦ ତଥା ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି,ଏ ପର୍ଯ୍ୟନ୍ତ ଏ ବିଷୟରେ ଶୁଣିନଥିଲି।' ଯେତେବେଳେ ବି ମୁଁ ରାଜ୍ୟସଭାକୁ ଯାଏ, ମୁଁ ମୋ ସହିତ 500 ଟଙ୍କା ନୋଟ୍ ନେଇଥାଏ, ଏହି ଘଟଣା ବିଷୟରେ ମୁଁ ପ୍ରଥମ ଥର ଶୁଣିଛି । ସେହିପରି ଏହି ଘଟଣାକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, "ଆପଣ କହିଲ ଯେ ମାମଲାର ତଦନ୍ତ ଚାଲିଛି। ଏହା ନିଶ୍ଚିତ ନହେବା ପର୍ଯ୍ୟନ୍ତ ସାଂସଦଙ୍କ ନାଁ ନିଆଯିବ ଉଚିତ ଭୁଲ୍ ।












Click it and Unblock the Notifications