୨୦୨୯ ସୁଦ୍ଧା ଭାରତରେ ଚାଲିବ ବୁଲେଟ୍ ଟ୍ରେନ

ଭାରତରେ ଗଡ଼ିବ ପ୍ରଥମ ବୁଲେଟ୍ ଟ୍ରେନ୍‌ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି । ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ୩୦୦ କିଲୋମିଟର ଲମ୍ବା ପୋଲ ନିର୍ମାଣ ଦ୍ରୁତ ଗତିରେ ଚାଲିଛି । ଏହା ବ୍ୟତୀତ ଗୁଜରାଟର ସୁରଟ୍‌ ନିକଟରେ ୪୦ ମିଟର ଲମ୍ବା ବକ୍ସ ଗାର୍ଡର କାମ ମଧ୍ୟ ସମାପ୍ତ ହୋଇଛି । ରେଳମନ୍ତ୍ରୀଙ୍କ ବ୍ୟତୀତ, ରାଜ୍ୟ ପରିବହନ ମନ୍ତ୍ରୀ କିଛି ଫଟୋ ଏବଂ ସୂଚନା ମଧ୍ୟ ସେୟାର କରିଛନ୍ତି ।

Bullet train

୩୦୦ କିଲୋମିଟର ପ୍ରୋଜେକ୍ଟ ମଧ୍ୟରୁ, ୨୫୭.୪ କିଲୋମିଟର ସମ୍ପୂର୍ଣ୍ଣ ସ୍ପେନ ଲଞ୍ଚିଂ କୌଶଳ ବ୍ୟବହାର କରି ନିର୍ମାଣ କରାଯାଉଛି । ଏହି ସମୟ ମଧ୍ୟରେ, ଅନେକ ନଦୀ ବନ୍ଧ, ଷ୍ଟିଲ ଓ ପିଏସସି ବନ୍ଧ ଏବଂ ଷ୍ଟେସନ କୋଠା ମଧ୍ୟ ନିର୍ମାଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପରେ ୩୮୩ କିଲୋମିଟର ପିୟର ନିର୍ମାଣ ସରିଲାଣି । ଦ୍ରୁତ ଗତିରେ ୪୦୧ କିଲୋମିଟର ଫାଉଣ୍ଡେସନ ଏବଂ ୩୨୬ କିଲୋମିଟର ଗାର୍ଡର କାଷ୍ଟିଂର କାମ ଆଗକୁ ବଡ଼ୁଛି । ବୁଲେଟ୍ ଟ୍ରେନ୍ ରୁଟରେ ମୋଟ ୧୨ଟି ଷ୍ଟେସନ୍ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି ।

ସୁରଟ୍‌ରେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ଷ୍ଟେସନର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଅନ୍ୟ କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହେବାକୁ ଯାଉଛି । ସୂଚନା ମୁତାବକ ଗୁଜରାଟରେ ପ୍ରାୟ ୧୫୭ କିଲୋମିଟର ଟ୍ରାକ୍ ବେଡ୍ ବିଛାଇବା କାମ ଶେଷ ହୋଇଛି । ଆଶା କରାଯାଉଛି ଯେ ବୁଲେଟ୍ ଟ୍ରେନର ପରୀକ୍ଷାମୂଳକ ଚଳାଚଳ ଆସନ୍ତାବର୍ଷ ଆରମ୍ଭ ହୋଇପାରେ । ୨୦୨୯ ସୁଦ୍ଧା ସମ୍ପୂର୍ଣ୍ଣ ସେବା ଉପଲବ୍ଧ ହେବ ବୋଲି ଲୋକେ ଆଶା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+