ପ୍ରମୁଖ ଅର୍ଥନୈତିକ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଓ ସମନ୍ୱୟ ବୃଦ୍ଧି କରିବ ବୁଲେଟ୍ ଟ୍ରେନ୍ ଚଳାଚଳ;ରେଳମନ୍ତ୍ରୀ
ବୁଲେଟ ଟ୍ରେନ୍ ପ୍ରକଳ୍ପ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ବେଳେ ଏହାର ପରିଚାଳନା ସମୟରେ ଅତିରିକ୍ତ ସୁଯୋଗ ସୃଷ୍ଟି ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ସେ କହିଛନ୍ତି, ଏହି ପ୍ରକଳ୍ପ ଶେଷ ହେଲେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇ ୧ ଘଣ୍ଟା ୫୮ ମିନିଟ୍ ହେବ । ଫଳରେ ପ୍ରମୁଖ ଅର୍ଥନୈତିକ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଏବଂ ସମନ୍ୱୟ ବୃଦ୍ଧି ପାଇବ ।
ଗତକାଲି ପାଲଘର ଜିଲ୍ଲାର ବିରାର୍ ଏବଂ ବୈସର ବୁଲେଟ୍ ଟ୍ରେନ୍ ଷ୍ଟେସନ ମଧ୍ୟରେ ଦେଢ଼ କିଲୋମିଟର ଲମ୍ବ ପାହାଡ଼ିଆ ସୁଡ଼ଙ୍ଗର ନିର୍ମାଣରେ ସଫଳତା ମିଳିବା ପରେ ଶ୍ରୀ ବୈଷ୍ଣବ ଏହା କହିଛନ୍ତି । ସେ କହିଛନ୍ତି, ସଂପୃକ୍ତ ପାହାଡ଼ିଆ ଟନେଲ୍କୁ ଉଭୟ ପାଶ୍ୱର୍ରୁ ଖାଲି କରିବା ଲାଗି ୧୮ ମାସ ସମୟ ଲାଗିଥିଲା । ସେ କହିଛନ୍ତି, ଏହି ପ୍ରକଳ୍ପ ଶେଷ ହେଲେ ସଡ଼କ ଓ ପରିବହନ କ୍ଷେତ୍ରରେ ସୃଷ୍ଟି ହେଉଥିବା ୯୫ ପ୍ରତିଶତ ଅଙ୍ଗାରକ ନିର୍ଗମନ ହ୍ରାସ ପାଇବ ।

ମହାରାଷ୍ଟ୍ରରେ ୭ଟି ପାହାଡ଼ିଆ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ଜାରି ରହିଛି । ପ୍ରଥମ ସୁଡ଼ଙ୍ଗର ଲମ୍ବ ୮୨୦ ମିଟର ଥିବା ବେଳେ ଦ୍ୱିତୀୟ ସୁଡ଼ଙ୍ଗଟି ୨୨୮ ମିଟର, ତୃତୀୟଟି ୧ ହଜାର ୪୦୩ ମିଟର, ଚତୁର୍ଥଟି ୧ ହଜାର ୨୬୦ ମିଟର, ଷଷ୍ଠଟି ୪୫୪ ମିଟର ଏବଂ ସପ୍ତମଟି ୪୧୭ ମିଟର ଲମ୍ବ ରହିଛି ।












Click it and Unblock the Notifications