ତେଲୁଗୁ ସୁପରଷ୍ଟାର ନାଗାର୍ଜୁନଙ୍କ କନଭେନସନ୍ ସେଣ୍ଟରରେ ବୁଲିଲା ବୁଲଡ଼ୋଜର
ହାଇଦ୍ରାବାଦ : ଭେଟେରାନ୍ ଅଭିନେତା ତଥା ତେଲୁଗୁ ସୁପରଷ୍ଟାର ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏକ କନଭେନସନ୍ ସେଣ୍ଟରରେ ବୁଲିଲା ବୁଲଡ଼ୋଜର। ବଳପୂର୍ବକ ଦଖଲ ହେତୁ ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏନ କନଭେନସନ ସେଣ୍ଟରକୁ ବୁଲଡ଼ୋଜରରେ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଖବର ଅନୁଯାୟୀ, ସ୍ଥାନୀୟ ଜଳଭଣ୍ଡାର ତାମିଡି ଚେରେଭୁଙ୍କୁ ବଳପୂର୍ବକ ଦଖଲ କରି ଏହି ସମ୍ମିଳନୀ କେନ୍ଦ୍ର ବେଆଇନ ଭାବେ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ଅଧିକାରୀମାନେ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଅଭିଯୋଗରେ କୁହାଯାଇଛି ଯେ ସାଢେ ତିନି ଏକର ଜମି ଦଖଲ କରି ଏହି କନଭେନସନ ନିର୍ମାଣ କରାଯାଇଛି, ଯାହା ପ୍ରଥମେ ହ୍ରଦର ଅଂଶ ଥିଲା।

ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏହି କନଭେନସନ କେନ୍ଦ୍ର ୧୦ ଏକର ଜମିରେ ନିର୍ମାଣ ହୋଇଥିଲା। ଏହା ହାଇଦ୍ରାବାଦ ମାଧପୁରରେ ଥିବା ଫୁଲ୍ ଟ୍ୟାଙ୍କ୍ ଲେଭଲ୍ ଅଞ୍ଚଳ ଏବଂ ଥମିଦିକୁଣ୍ଟା ହ୍ରଦର ବଫର୍ ଜୋନ୍ ମଧ୍ୟରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଦୀର୍ଘ ଦିନ ଧରି ଏ ଉପରେ ଯାଞ୍ଚ କରାଯାଉଥିଲା। ଶେଷରେ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କନଭେନସ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।












Click it and Unblock the Notifications