ଜମ୍ମୁ-କାଶ୍ମୀରରେ ବୁଲିବ ବୁଲଡୋଜର , ଆତଙ୍କୀଙ୍କ ବିରୋଧରେ ବଡ଼ ପ୍ଲାନ୍ ପ୍ରସ୍ତୁତ

ଶ୍ରୀନଗର: ଉତ୍ତର ପ୍ରଦେଶ ଭଳି ଜମ୍ମୁ-କାଶ୍ମୀରରେ ହେବ ବୁଲଡୋଜର ଆକ୍ସନ। ଯୋଗୀ ସରକାରଙ୍କ ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି ଜମ୍ମୁ-କାଶ୍ମୀର। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି କେହି ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ଘର ଭାଙ୍ଗିଦିଆଯିବ।ଆତଙ୍କୀଙ୍କ ବିରୋଧ ଏକତ୍ର ହେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ଏଲଜି । ଏହାଛଡ଼ା ସେ କହିଛନ୍ତି, ଜମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକ, ସୁରକ୍ଷାବଳ ଏବଂ ପ୍ରଶାସନ ଏକାଠି ହେଲେ ବର୍ଷେ ମଧ୍ୟରେ ରାଜ୍ୟରୁ ଆତଙ୍କବାଦୀ ଶେଷ ହୋଇଯିବେ ବୋଲି ଉପ-ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ।

ଏଲଜି ମନୋଜ ସିହ୍ନା ବାରମୂଳାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କିଛି କହିଛନ୍ତି । କୌଣସି ନିର୍ଦ୍ଦୋଷଙ୍କର ଯେପରି କ୍ଷତି ନହୁଏ ଏବଂ ଦୋଷୀଙ୍କ ବିରୋଧରେ କଠୋର ହେବାକୁ ସୁରକ୍ଷବଳକୁ ନିର୍ଦ୍ଦେଶ ଦେଇଛନ୍ତି ଉପ-ରାଜ୍ୟପାଳ । ଆତଙ୍କବାଦୀଙ୍କୁ ସହଯୋଗ କଲେ ସେମାନଙ୍କ ସହିତ କୌଣସି ପ୍ରକାର ବୁଝାମଣା ହେବନାହିଁ । ତୁରନ୍ତ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ । ବୁଲଡୋଜର ଲଗାଇ ବେଘର କରିଦିଆଯିବ ବୋଲି ମନୋଜ ସିହ୍ନା କହିଛନ୍ତି ।

ମନୋଜ ସିହ୍ନା ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ 'ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଆମେ ଜାଣୁ ଯେ ଆମ ମଧ୍ୟରେ କିଛି ଲୋକ ଅଛନ୍ତି ଯେଉଁମାନେ ଶାନ୍ତି ବଜାୟ ରଖିବାକୁ ଚାହୁଁ ନାହାନ୍ତି। ସେମାନେ ସର୍ବଦା ଷଡ଼ଯନ୍ତ୍ର କରୁଛନ୍ତି। ଉପତ୍ୟକାରେ ଯେଉଁ ଭଳି ପରିସ୍ଥିତି ଲାଗି ରହିଛି ସେଥିପାଇଁ ବାହ୍ୟ ଶକ୍ତି ମଧ୍ୟ ଦାୟୀ। କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଇସାରାରେ ଉପତ୍ୟକାରେ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି।'

LG Manoj Sinha

ପଡୋଶୀ ଦେଶ କଶ୍ମୀରକୁ ଅଶାନ୍ତି କରିବାକୁ ଚେଷ୍ଟା ଚଳାଇଛି। ଏହାକୁ ନେଇ ପ୍ରଶାସନ ଯେତେ ଚିନ୍ତିତ ନୁହେଁ, ତା'ଠାରୁ ବଡ଼ ଚିନ୍ତାର ବିଷୟ ହେଲା ପଡ଼ୋଶୀ ଦେଶର ପ୍ରଲୋଭନରେ ପଡ଼ୁଛନ୍ତି ଲୋକେ। ଏଭଳି ଲୋକଙ୍କୁ ଚିହ୍ନଟ କରିବା କେବଳ ସୁରକ୍ଷାବଳ କିମ୍ବା ପ୍ରଶାସନର ନୁହେଁ, ବରଂ ସାଧାରଣ ଲୋକେ ବି ଏଥିରେ ସରକାରଙ୍କୁ ସହଯୋଗ ଦରକାର ବୋଲି ଉପରାଜ୍ୟପାଳ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+