କେନ୍ଦ୍ର ବଜେଟ 2022: ବ୍ଯାଙ୍କିଙ୍ଗ ସେବା ସହିତ ଯୋଡି ହେବ ପୋଷ୍ଟ ଅଫିସ, ଦେଢ ଲକ୍ଷ ଡାକଘର ହେବ ଡିଜିଟାଲ
ନୂଆଦିଲ୍ଲୀ: ଦେଶର ପୋଷ୍ଟ ଅଫିସ ପାଇଁ ଆଜି ଏକ ଐତିହାସିକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ବଜେଟ 2022-23 ଉପସ୍ଥାପନ କରିବା ଅବସରରେ ଅର୍ଥ ମନ୍ତ୍ରୀ ନିର୍ମଲା ସିତାରମଣ ପୋଷ୍ଟ ଅଫିସକୁ କରିଛନ୍ତି ଅନେକ ବଡ ବଡ ଘୋଷଣା । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଯୋଗୁଁ ଦେଶର ପୋଷ୍ଟାଲ ବ୍ୟବସ୍ଥାର କଳେବର ସମ୍ପୂର୍ଣ ବଦଳିଯିବା ସହିତ ଗ୍ରାମ୍ୟ ଅର୍ଥନୀତି ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ଭାବରେ ପରିଗଣିତ ହେବ ବୋଲି ଆର୍ଥିକ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

କଣ ରହିଛି ନୂତନ ଯୋଜନାରେ:
ଦେଶର ପୋଷ୍ଟାଲ ବ୍ୟବସ୍ଥାକୁ ଯୋଡାଯିବ କୋର ବ୍ୟଙ୍କିଙ୍ଗ ସେବା ସହିତ । ଏଥିସହିତ ପୋଷ୍ଟ ଅଫିସରେ ଖାତା ଖୋଲିଥିବା ଗ୍ରାହକମାନେ ବ୍ଯାଙ୍କ ଆକାଉଣ୍ଟକୁ ଅର୍ଥ ପଇଠ ବା ଜମା କରିପାରିବେ । ପୋଷ୍ଟ ସେବାରେ ବ୍ଯାଙ୍କ ଭଳି ଏଟିଏମ, ଅନଲାଇନ ନେଣଦେଣ ସୁବିଧା ପ୍ରଦାନ କରାଯିବ । ଏହି ପଦକ୍ଷେପ ଫଳରେ ଗ୍ରାମ୍ୟ ଅର୍ଥନୀତି ଅଧିକ ସୁଦୃଢ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ସେହିପରି ଦେଶରେ ରହିଥିବା ଦେଢ ଲକ୍ଷ ଡାକଘରକୁ ସରକାର ସମ୍ପୂର୍ଣ ଭାବରେ ଡିଜିଟାଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ସମ୍ପନ୍ନ ହେବ ।












Click it and Unblock the Notifications