ସଂସଦରେ ବଜେଟ୍ ୨୦୨୬-୨୭ ଆଗତ, ଲଗାତାର ୯ମ ଥର ପାଇଁ ବଜେଟ୍ ଆଗତ କଲେ ଅର୍ଥମନ୍ତ୍ରୀ ସୀତାରମଣ
ସାରାଦେଶ ପାଇଁ ବର୍ଷକର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶକୁ ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୀତି କରିବା ଲକ୍ଷ୍ୟ ନେଇ ବଜେଟରେ ଭିତ୍ତିଭୂମିର ବିକାଶକୁ ଦିଆଯାଇଛି ବିଶେଷ ଗୁରୁତ୍ବ । ସେହିପରି ଚାଷୀ, ମହିଳା, ମତ୍ସ୍ୟଜୀବୀ, ବୁଣାକାର, ଯୁବ ବର୍ଗ, ଛୋଟ ବ୍ୟବସାୟୀଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟୟବରାଦ । ବଜେଟକୁ ପ୍ରଶଂସାକୁ ନରେନ୍ଦ୍ର ମୋଦୀ ।
ପରମ୍ପରା ଓ ବିଧି ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜଭବନରେ ଭେଟିବା ପରେ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୬-୨୭ ଆର୍ଥିକବର୍ଷ ପାଇଁ ମୋଟ୍ ୫୩ ଲକ୍ଷ ୪୭ ହଜାର ୩୧୫ କୋଟି ଟଙ୍କାର ହୋଇଛି ବ୍ୟୟବରାଦ । ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଦିଆଯାଇଛି ବିଶେଷ ଗୁରୁତ୍ବ । କେନ୍ଦ୍ର ଫୋକସ୍ ରେ ଦେଶର ଗାଁ, ଗରିବ, ମହିଳା ଓ ଚାଷୀ ଅଛନ୍ତି ବୋଲି ବାର୍ତ୍ତା ଦେବାକୁ ଭରପୂର ପ୍ରୟାସ କରିଛନ୍ତି । କହିଛନ୍ତି, ଲୋକଙ୍କ ଆଶା ପୂରଣ କରିବା ଏବଂ ସେମାନଙ୍କୁ ଦେଶର ବିକାଶରେ ଅଂଶଗ୍ରହଣ କରିବା, ସଶକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ମହିଳାଙ୍କ ବିକାଶ ପାଇଁ ବଜେଟରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା । ଦେଶର ଅଧା ଭାଗ ଲୋକ ମହିଳା ହୋଇଥିବାରୁ ସେମାନଙ୍କୁ ଖୁସୀ କରିବା ଲାଗି ଭରପୂର ଉଦ୍ୟମ କରିଛନ୍ତି ଅର୍ଥମନ୍ତ୍ରୀ । ମହିଳାଙ୍କୁ ଉଦ୍ୟୋଗୀ ଏବଂ ଆତ୍ମନିର୍ଭରଶୀଳ କରିବା ପାଇଁ SHE Marts ଯୋଜନା କରିଛନ୍ତି । ଏହା ସେମାନଙ୍କୁ ଷ୍ଟୋରରୁମ୍ ଏବଂ ସୁପରଷ୍ଟୋର ଭଳି ବ୍ୟବସାୟ ଖୋଲିବାରେ ସାହାଯ୍ୟ କରିବ । ଏଥିସହ ପ୍ରତ୍ୟେକ ଜିଲ୍ଲାରେ ଛାତ୍ରୀ ନିବାସ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ।
ସବୁ ବର୍ଗ ପାଇଁ ବଜେଟ୍ ସହାୟକ ହେବ କହିଲେ ମଖ୍ୟମନ୍ତ୍ରୀ
ଧାର୍ମିକ ପର୍ଯ୍ୟଟନସ୍ଥଳୀକୁ ପ୍ରୋତ୍ସାହିତ କରିବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ବଜେଟ୍ ଉପସ୍ଥାପନ କରିବା ପରେ ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
ବଜେଟକୁ ନେଇ ଏମିତି କହିଲେ ଯୋଗୀ ଆଦିତ୍ୟନାଥ
#WATCH | Lucknow, Uttar Pradesh: CM Yogi Adityanath holds press conference, says, "... The world’s largest democracy has further laid out a 'Viksit Bharat roadmap and presented the Union budget today. I thank PM Modi for his leadership and supervision of the budget guidelines. I… pic.twitter.com/rTAHJdB4y7
— ANI (@ANI) February 1, 2026
ଏହି ବଜେଟ୍ ଲୋକଙ୍କ ଆଶା ପୂରଣ କରୁଛି: ରାଜନାଥ ସିଂହ
ପ୍ରତିରକ୍ଷା ବଜେଟ୍ରେ ରେକର୍ଡ ବୃଦ୍ଧି
Budget 2026: ଜାଣନ୍ତୁ କଣ ହେଲା ଶସ୍ତା କଣ ହେଲା ମହଙ୍ଗା
ଏହା ଏକ ପ୍ରଗତିଶୀଳ ବଜେଟ୍ - ଜ୍ୟୋତିରାଦିତ୍ୟ ସିନ୍ଧିଆ
#WATCH | On Union Budget, Union Minister Jyotiraditya Scindia says," It is a progressive Budget that focuses on every sector of the Indian economy. It is a Budget for every citizen. Particularly, the areas of telecom and DoNEAR have received strong impetus in this Budget. It will… pic.twitter.com/NS88B3wvXT
— ANI (@ANI) February 1, 2026












Click it and Unblock the Notifications