Budget 2025: କେଉଁଠୁ ଆସିଲା ଏହି ‘ବଜେଟ୍' ଶବ୍ଦ ? ଭାରତରେ କେବେ ଉପସ୍ଥାପିତ ହୋଇଥିଲା ପ୍ରଥମ ବଜେଟ୍ ?

ଆଉ ଦିନକ ପରେ ସଂସଦରେ ଉପସ୍ଥାପିତ ହେବ ବଜେଟ୍-୨୦୨୫ । ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନା କରିବେ ଯାହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ଏଥର କେଉଁ ବିଭାଗକୁ କେତେ ମିଳିବ ? ବଜେଟ ଏଥର ଦେଶର ବିକାଶରେ କେମିତି ପ୍ରଭାବ ପକାଇବ ? ଏ ସବୁ ଉପରେ ଆଜିଠାରୁ ଚର୍ଚ୍ଚା ଆଲୋଚନା ହେଲାଣି । ଯେଉଁଠି ଦେଖିଲେ ସେଠି ଖାଲି ବଜେଟ୍ କଥା ।

ବଜେଟ୍' ଶବ୍ଦ ଫ୍ରେଞ୍ଚ ଶବ୍ଦ 'ବୁଗେଟ'ରୁ ଆସିଛି । ଯାହାର ଅର୍ଥ ଛୋଟିଆ ବ୍ୟାଗ । ବୁଗେଟ୍ 'ବୁଗେ'ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ଚମଡା ବ୍ରିଫକେସ୍ । କୁହାଯାଏ ଇଂଲଣ୍ଡର ତତ୍କାଳୀନ ଅର୍ଥମନ୍ତ୍ରୀ ରବର୍ଟ ୱାଲପୋଲ ୧୭୩୩ ମସିହାରେ ଗୋଟେ ଛୋଟ ବ୍ୟାଗରେ ବଜେଟର ପ୍ରସ୍ତାବ ଦେଇଥିଲେ ।

ଭାରତୀୟ ବଜେଟର ଇତିହାସ ୧୫୦ ବର୍ଷରୁ ଅଧିକ ପୁରୁଣା । ୧୮୫୭ର ବିପ୍ଳବ ପରେ, ଯେତେବେଳେ ବ୍ରିଟିଶ ସରକାର ଇଷ୍ଟ ଇଣ୍ଡିଆ କମ୍ପାନୀରୁ ଭାରତର ପ୍ରଶାସନକୁ ଗ୍ରହଣ କଲେ, ୧୮୬୦ ମସିହାରେ ଭାରତର ପ୍ରଥମ ବଜେଟ୍ ଆସିଲା । ସ୍ୱାଧୀନ ଭାରତରେ ପ୍ରଥମ ବଜେଟ୍ ୨୬ ନଭେମ୍ବର ୧୯୪୭ରେ ଆସିଥିଲା ।

Budget 2025

ବର୍ତ୍ତମାନ ବଜେଟରେ ଅନେକ ପରିବର୍ତ୍ତନ ଆସିଛି । ବଜେଟ୍ ଉପସ୍ଥାପନର ଶୈଳୀ ବି ବଦଳିଛି, ବଜେଟ୍ କାଗଜବିହୀନ ଏବଂ ଡିଜିଟାଲ୍ ହୋଇଯାଇଛି । ମାତ୍ର ପୂର୍ବରୁ ବଜେଟ୍ ଚମଡା ବ୍ରିଫକେସ ସହ ଜଡିତ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+