Budget 2025: ବଜେଟ୍‌ ପୂର୍ବରୁ ଚମକିଲା ଶେୟାର ମାର୍କେଟ୍‌

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ବଜେଟ ପୂର୍ବରୁ ଶେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। ସକାଳ ୯.୫୨ ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୨୮୩.୮୭ ପଏଣ୍ଟ ବୃଦ୍ଧି ସହିତ ୭୭,୭୪୩.୬୮ ସ୍ତରରେ କାରବାର କରୁଛି। ଏହା ବ୍ୟତୀତ, ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି ୬୫.୦୫ ପଏଣ୍ଟ ବୃଦ୍ଧି ସହିତ ୨୩,୫୭୧.୫୫ରେ କାରବାର କରୁଛି।

ସକାଳ ୧୦.୨୦ରେ, ବିଏସଇ ସେନସେକ୍ସ ୨୨୬.୭୦ ପଏଣ୍ଟ କିମ୍ବା ୦.୨୯ ପ୍ରତିଶତ ବୃଦ୍ଧି ସହିତ ୭୭,୭୨୭.୨୭ ସ୍ତରରେ ଖୋଲିଥିଲା। ଏହା ବ୍ୟତୀତ, ଏନଏସଇର ନିଫ୍ଟି ୬୨.୪୫ ଅର୍ଥାତ୍‌ ୦.୨୭ ପଏଣ୍ଟ ବା ୨୩,୫୭୦ ସ୍ତରରେ କାରବାର କରୁଛି।

budget share market

ସୂଚନାଯୋଗ୍ୟ, ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ସେନ୍ସେକ୍ସ ୭୪୧(୭୪୦.୭୬) ପଏଣ୍ଟ ବଢି ୭୭,୫୦୧ (୭୭,୫୦୦.୫୭) ଅଙ୍କରେ କାରବାର ବନ୍ଦ ହୋଇଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି-୫୦ରେ ମଧ୍ୟ ୨୫୯ (୨୫୮.୯୦) ପଏଣ୍ଟ ବୃଦ୍ଧି ଘଟି ୨୩,୫୦୮(୨୩,୫୦୮.୪୦) ଅଙ୍କରେ କାରବାର ଶେଷ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+