Budget 2025: ଆଜି ସ୍ବତନ୍ତ୍ର ଧଳା ଶାଢ଼ୀ ପିନ୍ଧି ବଜେଟ୍‌ ଉପସ୍ଥାପନ କରିବେ ନିର୍ମଳା ସୀତାରାମଣ: କିଏ ଦେଇଥିଲେ ଉପହାର ?

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଆଜି ପୂର୍ବାହ୍ନ ୧୧ଟାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିବେ । କ୍ରମାଗତ ଅଷ୍ଟମ ଥର ପାଇଁ ସେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ବଜେଟ ଉପସ୍ଥାପନ କରିବାବେଳେ ପ୍ରତିଥର ବିଶେଷ ଶାଢିରେ ନଜର ଆସନ୍ତି । ଚଳିତ ବଜେଟ ପାଇଁ ସେ ଧଳା ରଙ୍ଗର ଶାଢିରେ ଏବଂ ନାଲି ବ୍ଲାଉଜ୍‌ ପିନ୍ଧିଥିବା ନଜର ଆସିଛନ୍ତି । ଶାଢିର ବର୍ଡରରେ ଗୋଲଡେନ୍‌ କାରୁକାର୍ଯ୍ୟ ହୋଇଛି । ଶାଢ଼ୀ ଚୟନରେ ହସ୍ତତନ୍ତ ପ୍ରତି ତାଙ୍କର ପ୍ରେମକୁ ସେ ପ୍ରଦର୍ଶନ କରିଛନ୍ତି । ଏହି ଶାଢ଼ୀ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦୁଲାରୀ ଦେବୀ (୨୦୨୧) ଉପହାର ଦେଇଥିଲେ । ସେ ବଜେଟ ଦିନ ଏହି ଶାଢ଼ୀ ପିନ୍ଧିବାକୁ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

Budget 2025

ବର୍ଷ ବର୍ଷ ଧରି ସୀତାରାମଣ ବଜେଟ ଦିବସରେ ସର୍ବଦା ହାତବୁଣା ଶାଢ଼ି ପିନ୍ଧୁଛନ୍ତି। ସେ ଭାରତର ସମୃଦ୍ଧ ହସ୍ତତନ୍ତ ଏବଂ କପଡ଼ା ଐତିହ୍ୟକୁ ଜାତୀୟ ମଞ୍ଚରେ ପହଞ୍ଚାଇଛି।

ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ପୂର୍ବରୁ ସେଠାରେ ପହଞ୍ଚିଛନ୍ତି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ ଉପସ୍ଥିତ ଅଛନ୍ତି।

ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ବଜେଟରେ ବ୍ୟବସ୍ଥା ରହିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଏହି ୨ ବର୍ଗଙ୍କ ପାଇଁ ଧନର ଦେବୀ ଲକ୍ଷ୍ମୀ ଉଦାର ହେବା ପାଇଁ ସେ ପ୍ରାର୍ଥନା କରିଛନ୍ତି। ସରକାରଙ୍କ ସମାନତା ସହ ଆର୍ଥତ୍କ ଅଭିବୃଦ୍ଧି ନୀତି କାଏମ ରହିବ ବୋଲି ଆଶା କରାଯାଉଛି।

୨୦୧୯ ମସିହାରେ ତାଙ୍କର ପ୍ରଥମ ବଜେଟ ଅଧିବେଶନରେ ସୀତାରାମନ ଏକ ଗୋଲାପୀ ମଙ୍ଗଳଗିରି ସିଲ୍କ ଶାଢ଼ି ପିନ୍ଧିଥିଲେ ଯାହାର ଗୋଲଡେନ୍‌ ବର୍ଡର ଥିଲା।

ଅର୍ଥମନ୍ତ୍ରୀ ୨୦୨୦ ବଜେଟ ପାଇଁ ଏକ ହଳଦିଆ ରେଶମ ଶାଢ଼ି ପିନ୍ଧିଥିଲେ। ହିନ୍ଦୁ ସଂସ୍କୃତିରେ ହଳଦିଆ ରଙ୍ଗକୁ ଶୁଭ ବୋଲି ବିଶ୍ୱାସ କରାଯାଏ ଏବଂ ଏହା ଆଶା ଏବଂ ସମୃଦ୍ଧିର ପ୍ରତୀକ।

୨୦୨୧ ପାଇଁ ବଜେଟ ଉପସ୍ଥାପନ କରିବା ସମୟରେ, ସୀତାରମଣ ଏକ ପୋଚମ୍ପାପଲ୍ଲୀ ସିଲ୍କ ଶାଢ଼ି ପିନ୍ଧିଥିଲେ ଯାହାର ରଙ୍ଗ ଲାଲ ଏବଂ ଧଳା ଥିଲା। ଶାଢ଼ି ମାଧ୍ୟମରେ, ସେ ସ୍ଥାନୀୟ କାରିଗର ଏବଂ ଭାରତୀୟ ବୁଣାକାର ସମ୍ପ୍ରଦାୟ ପ୍ରତି ତାଙ୍କର ସମର୍ଥନ ଦେଖାଇଛନ୍ତି।

ଅର୍ଥମନ୍ତ୍ରୀ ୨୦୨୨ରେ ଏକ ବୋମକାଇ ପାଟ ଶାଢ଼ି ପିନ୍ଧିଥିଲେ ଯାହା ଆଞ୍ଚଳିକ ହସ୍ତଶିଳ୍ପ ଏବଂ କଳାକୁ ପ୍ରୋତ୍ସାହିତ କରିଥିଲା। ଏହା ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ପ୍ରତିନିଧିତ୍ୱ କରେ।
୨୦୨୩ରେ ବଜେଟ ଉପସ୍ଥାପନ କରିବା ସମୟରେ ସିତାରାମନ ଏକ ଲାଲ ରେଶମ ଶାଢ଼ି ପିନ୍ଧିଥିଲେ। ଏହା କର୍ନାଟକର ଧାରୱାଡ ଅଞ୍ଚଳର କସୁତି ଏମ୍ବ୍ରୋଡୋରୀର ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରୁଥିଲା।

୨୦୨୪ରେ ସିତାରାମନ ଏମ୍ବ୍ରୋଡେରୀ ସହିତ ଏକ ନୀଳ ଟସର ସିଲ୍କ ଶାଢ଼ି ପିନ୍ଧିଥିଲେ, ଯାହା ପଶ୍ଚିମବଙ୍ଗରେ ଏକ ଲୋକପ୍ରିୟ ହସ୍ତଶିଳ୍ପ ସହ ଜଡ଼ିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+