Budget 2025 Income Tax: ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ ଆସିବ

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଆୟକର ବିଲ ଆସିବ ବୋଲି କହିଛନ୍ତି । ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ ଆସିବ ବୋଲିସେ କହିଛନ୍ତି । ବୀମା କ୍ଷେତ୍ରରେ ଏଫଡିଆଇ ୭୫ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ସେ କହିଛନ୍ତି ଯେ ଖେଳନା ତିଆରି ଶିଳ୍ପକୁ ଅଧିକ ଗୁରୁତ୍ୱ ଦିଆଯିବ । ଭାରତ ଖେଳନା ଶିଳ୍ପର ଗ୍ଲୋବାଲ ହବ ହେବ । ଗିଗ ୱାର୍କର୍ସଙ୍କ ପାଇଁ ଆଇଡି କାର୍ଡର ବ୍ୟବସ୍ଥା କରାଯିବ । ସବୁ ଘରକୁ ଟ୍ୟାପ ଯୋଗେ ଜଳଯୋଗାଣ ଲକ୍ଷ୍ୟ ହାସଲ କରାଯାଇଛି । ଏସଏଚଜି ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ଆଗାମୀ ୫୦ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ସୁଧମୁକ୍ତ ଋଣ ପ୍ରଦାନ କରାଯିବ । ଏହାଛଡ଼ା ଜିଓ ସ୍ପେଶାଲ ମିଶନ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଜରିଆରେ ଏହାକୁ ପ୍ରତିଷ୍ଠା କରାଯିବ । ବୈଷୟିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ୧୦ ହଜାର ଫେଲୋସିପ ଦିଆଯିବ ।

Budget 2025 Income Tax

ସେହିପରି ପର୍ଯ୍ୟଟନ ବିକାଶ ପାଇଁ ୨୦ ହଜାର କୋଟି ବ୍ୟୟବରାଦ କରାଯାଇଛି । ଡେଷ୍ଟିନେସନ ଟୁରିଜିମକୁ ଅଧିକ ଗୁରୁତ୍ୱ ଦିଆଯିବ । ୫୦ଟି ଟୁରିଷ୍ଟ ସାଇଟର ବିକାଶ କରାଯିବ । ମେଡିକାଲ ଟୁରିଜିମକୁ ଅଧିକ ଗୁରୁତ୍ୱ ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+