Budget 2025; ବଜେଟରୁ କେଉଁ ବିଭାଗକୁ ମିଳିଲା କେତେ, ଜାଣନ୍ତୁ ପୁରା ତଥ୍ୟ
ଉପସ୍ଥାପିତ ହେଲା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କଲେ ବଜେଟ୍ । ବିଭିନ୍ନ କ୍ଷେତ୍ର ପାଇଁ ଏହି ବଜେଟରେ ବଡ ଘୋଷଣା କରାଯାଇଥିବା ବେଳେ ଠିକ୍ ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣ ରଖିଥିଲେ । ଏବଂ ୧ ଘଣ୍ଟା ୧୪ ମିନିଟ୍ ବଜେଟ୍ ଉପସ୍ଥାପନ କରି ନିଜ ବଜେଟ୍ ଅଭିଭାଷଣ ସମାପ୍ତ କରିଥିଲେ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ୮ମ ଥର ପାଇଁ ଲଗାତାର ବଜେଟ୍ ଉପସ୍ଥାପନ କରି ରେକର୍ଡ କରିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ କିଛି ପ୍ରମୁଖ ଘୋଷଣା କରାଯାଇଥିବାବେଳେ, ଆୟକରକୁ ନେଇ ମଧ୍ୟ ବଡ଼ ଘୋଷଣା ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୋଦୀ ସରକାରର ୩.୦ରେ ଏଥର କେଉଁ ବିଭାଗକୁ ମିଳିଛି କେତେ ଟଙ୍କା?
ପ୍ରତିରକ୍ଷା - ୪,୯୧,୭୩୨ କୋଟି
ଗ୍ରାମୀଣ ବିକାଶ - ୨,୬୬,୮୧୭ କୋଟି
ଗୃହ ମନ୍ତ୍ରାଳୟ - ୨,୩୩,୨୧୧ କୋଟି
କୃଷି - ୧,୭୧,୪୩୭ କୋଟି
ଶିକ୍ଷା - ୧,୨୮,୬୫୦ କୋଟି
ସ୍ୱାସ୍ଥ୍ୟ - ୯୮,୩୧୧ କୋଟି
ନଗର ଉନ୍ନୟନ - ୯୬,୭୭୭ କୋଟି
ସୂଚନା ଓ ପ୍ରଯୁକ୍ତିବିଦ୍ୟା - ୯୫,୨୯୮ କୋଟି
ଶକ୍ତି - ୮୧,୧୭୪ କୋଟି
ବାଣିଜ୍ୟ ଓ ଉଦ୍ୟୋଗ - ୬୫,୫୫୩ କୋଟି
ସମାଜ କଲ୍ୟାଣ - ୬୦,୦୫୨ କୋଟି
ବୈଜ୍ଞାନିକ ବିଭାଗ - ୫୫,୬୭୯ କୋଟି
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications