Get Updates
Get notified of breaking news, exclusive insights, and must-see stories!

‘ଚଳିତ ବଜେଟରେ କୃଷି ଏବଂ କୃଷକଙ୍କ କଲ୍ୟାଣ ଉପରେ ସର୍ବାଧିକ ଧ୍ୟାନ ଦିଆଯାଇଛି’

ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇଛି , ଏବଂ ଅର୍ଥମନ୍ତ୍ରୀ ଭାବରେ ନିର୍ମଳା ସୀତାରାମନ୍‌ଙ୍କ ଏହା ୮ମ ବଜେଟ। ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ କହିଥିଲେ ଯେ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ 'ଧନଧାନ୍ୟ' ଯୋଜନା ଆରମ୍ଭ କରାଯିବ। କେନ୍ଦ୍ର ରାଜ୍ୟଗୁଡ଼ିକ ସହିତ ମିଶି ଏହି ଯୋଜନା ଚଳାଇବ। ଯାହା ୧.୭ କୋଟି ଚାଷୀଙ୍କୁ ସାହାଯ୍ୟ କରିବ। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଗରିବ, ଯୁବକ, ମହିଳା ଏବଂ କୃଷକଙ୍କ କଲ୍ୟାଣ ଉପରେ ଧ୍ୟାନ ଦିଆଯିବ। କୃଷି ଅଭିବୃଦ୍ଧି, ଗ୍ରାମୀଣ ବିକାଶ ଏବଂ ଉତ୍ପାଦନ ଉପରେ ଧ୍ୟାନ ଦିଆଯାଉଛି। ଏହା ବ୍ୟତୀତ, ଆମେ ଆର୍ôଥକ କ୍ଷେତ୍ରରେ ସଂସ୍କାର ଉପରେ ମଧ୍ୟ ଧ୍ୟାନ ଦେବୁ। ଦେଶର ୧୦୦ଟି ଜିଲାରେ 'ଧନଧାନ୍ୟ' ଯୋଜନା ଆରମ୍ଭ ହେବ। ଏହା ସହିତ, କିଷାନ କ୍ରେଡିଟ କାର୍ଡର ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।

ଅନ୍ୟପଟେ ବାର୍ଷିକ ୧୨ ଲକ୍ଷ ଆୟ ପର‌୍ୟ୍ୟନ୍ତ ଲୋକଙ୍କୁ କୌଣସି ଇନକମ୍ ଟ୍ୟାକ୍ସ ଦେବାକୁ ପଡିବନି ବୋଲି ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ନୂଆ ଟ୍ୟାକ୍ସ ସ୍ଲାବ୍ ବ୍ୟବସ୍ଥା ଅନୁସାରେ ଏହି ଘୋଷଣା କରାଯାଇଛି । ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜନସଂଖ୍ୟାର ଆବଶ୍ୟକତା ଉପରେ ନିର୍ଭର କରି ଭାରତରେ ଆୟକର ହାର ସମୟ ସହିତ ବଦଳିଛ। ଏହି ହାରଗୁଡିକର ବୃଦ୍ଧି କିମ୍ବା ହ୍ରାସ ସାଧାରଣ ଜନତାଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ, ଯାହା ନିଶ୍ଚିତ କରେ ଯେ ସମସ୍ତ ବିଭାଗ ପାଇଁ ଟିକସ ବ୍ୟବସ୍ଥା ସମାନ।

Shivraj Singh Chouhan

ଚଳିତ ବଜେଟ ଉପରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚହୌନ କହିଛନ୍ତି, ଏହା ହେଉଛି ଆତ୍ମନିର୍ଭରଶୀଳ ଭାରତର ବଜେଟ୍ । .. କୃଷି ଏବଂ କୃଷକଙ୍କ କଲ୍ୟାଣ ଉପରେ ସର୍ବାଧିକ ଧ୍ୟାନ ଦିଆଯାଇଛି। ମଧ୍ୟବିତ୍ତଙ୍କୁ ମଧ୍ୟ ଏକ ବଡ଼ ଉପହାର ଦିଆଯାଇଛି କିନ୍ତୁ ଗରିବ, ମହିଳା ଏବଂ ଯୁବକମାନଙ୍କୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ଶିବରାଜ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ ଦିଆଯିବ ବୋଲି କେହି କେବେ କଳ୍ପନା କରି ନଥିବେ, ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଚ୍ଚାଉଛି ବୋଲି ଶିବରାଜ ସିଂ ଚହୌନ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+