Budget 2025 for Education: ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର ମେଡିକାଲ ସିଟ୍‌ ବୃଦ୍ଧି ଲକ୍ଷ୍ୟ

ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ। ଆସନ୍ତା ବର୍ଷ ଆଉ ୧୦ ହଜାର ମେଡିକାଲ ସିଟ୍‌ ବୃଦ୍ଧି କରାଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର ମେଡିକାଲ ସିଟ୍‌ ବୃଦ୍ଧି ଲକ୍ଷ୍ୟ।

ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ । ବଜେଟ ଉପସ୍ଥାପନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା । ୨ ବର୍ଷ ମଧ୍ୟରେ ପ୍ରତିଷ୍ଠା ହେବ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍‌। ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫ଶହ କୋଟିର ସ୍ବତନ୍ତ୍ର ବ୍ୟୟବରାଦ ।

Budget 2025 for Education

ର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି । ୨୦୨୮ ସୁଦ୍ଧା ଜଳ ଜୀବନ ମିଶନ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧୧ ଗିଗା ୱାଟ ପରମାଣୁ ଶକ୍ତି ଉପôାଦନ ନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ନୁ୍ୟକ୍ଲିର ଏନର୍ଜି ମିଶନ ପ୍ରତିଷ୍ଠା କରାଯିବ । ନୁ୍ୟକ୍ଲିର ଏନର୍ଜି ମିଶନ ପାଇଁ ୨୦ ହଜାର କୋଟି ବ୍ୟୟ ବରାଦ କରାଯାଇଛି । କ୍ଷୁଦ୍ର ମଡୁ୍ୟଲାର ରିଆକ୍ଟର ପ୍ରତିଷ୍ଠା କରି ଶକ୍ତି ଉପôାଦନ କରାଯିବ । ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ନିବେଶହେବ । ମଡିଫାଏଡ ଉଡ଼ାଣ ସ୍ମିମ ଲାଗୁ ହେବ । ଯୋଡ଼ି ହେବେ ଆଉ ୪ କୋଟି ବିମାନ ଯାତ୍ରୀ । ବିହାର ପାଟନାରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେହିପରି ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ । ଆସନ୍ତା ବର୍ଷ ଆଉ ୧୦ ହଜାର ମେଡିକାଲ ସିଟ ବୃଦ୍ଧି କରାଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର ମେଡିକାଲ ସିଟ ବୃଦ୍ଧି କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।
ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଉଛି ଏଣିକି ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ରହିବ । ସେହିଭଳି ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫୦୦ କୋଟିର ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି ।
ଏହାଛଡ଼ା ସେ କହିଛନ୍ତି ପୁଞ୍ଜିନିବେଶ ବିକାଶର ତୃତୀୟ ଇଞ୍ଜିନ । ସକ୍ଷମ ଅଙ୍ଗନବାଡ଼ି ଯୋଜନା ଦ୍ୱାରା ଉପକୃତ ହେବେ ୮କୋଟି ପିଲା ।୧ କୋଟି ଗର୍ଭବତୀ ଓ ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ୧୦ ବର୍ଷରେ ମେଡିକାଲ ସିଟ ୧.୧ ଲକ୍ଷ ବୃଦ୍ଧି ଘଟିଛି । ସବୁ ଜିଲ୍ଲା ହସ୍ପିଟାଲରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+