Economic Survey Report:୨୦୨୪-୨୫ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ
ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ । ୨୦୨୪-୨୫ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ। ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୬ରେ ଜିଡିପି ଅଭିବୃଦ୍ଧି ୬.୩%ରୁ ୬.୮% ମଧ୍ୟରେ ରହିବା ଆକଳନ । ଯାହା ଗତ ୪ ବର୍ଷରେ ସବୁଠୁ କମ୍ ଅଭିବୃଦ୍ଧି ହାର । ୨୦୨୪ ଜୁଲାଇ ୨୨ରେ ହୋଇଥିବା ଆର୍ଥିକ୍ ସର୍ଭେରେ କୁହାଯାଇଥିଲା ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତରୁ ୭ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଥିଲା ।
ପିଟିଆଇ ମୁତାବକ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦର ମିଳିତ ଅଧିବେଶନରେ ଉପସ୍ଥାପିତ କରିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ୨୦୨୫-୨୬ ଆର୍ଥକ ବର୍ଷରେ ଦେଶର ଅଭିବୃଦ୍ଧ ହାର ୬.୩ରୁ ୬.୮ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି । ଆର୍ଥିକ ସର୍ଭେ ରିପୋର୍ଟରେ ଆର୍ଟଫିସିଆର୍ ଇଣ୍ଟେଲିଜେନ୍ସି ପାଇଁ ରୋଜଗାର ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଚେତାଇ ଦିଆଯାଇଛି । ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହ୍ରାସ କାରଣ ଉଲ୍କେଖ ରହିଛି । ଅର୍ଥନୈତିକଙ୍କ ସର୍ଭେ ଅନୁଯାୟୀ, ବାହ୍ୟ ଚ୍ୟାଲେଞ୍ଜ ପାଇଁ ଦେଶ ଅଭିବୃଦ୍ଧି କମିଛି । ସେହିପରି ସର୍ଭେରେ ଚୀନର ମାନ୍ୟୁଫେକ୍ଚର ସେକ୍ଟର ଉପରେ ନିର୍ଭରତାକୁ ନେଉ ଚିନ୍ତା ବ୍ୟକ୍ତି କରାଯାଇଛି ।

ଆସନ୍ତା ବର୍ଷ ଅର୍ଥନୈତିକ ଅଭିବୃଦ୍ଧି ହାର କମିପାରେ। ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅର୍ଥମନ୍ତ୍ରୀ ଏହି ରିପୋର୍ଟ ଆଗତ କରିଛନ୍ତି।












Click it and Unblock the Notifications