Budget 2024: ଜୁଲାଇ ୨୩ରେ କେନ୍ଦ୍ର ବଜେଟ୍, ଜାଣନ୍ତୁ କମିବ କି ସୁନା ଦର !

ଦେଶରେ ସୁନା ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା ହେଲେ ପୁଣି ଥରେ ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଗକୁ ବଜେଟ୍ ଆସିବା ପାଇଁ ଯାଉଛି ଏବଂ ଆଶା କରାଯାଉଛି ଯେ, ସୁନା ଦର ହ୍ରାସ ପାଇପାରେ ।

Budget 2024

ଏହି ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ପ୍ରାୟ 2 ପ୍ରତିଶତ ମହଙ୍ଗା ହୋଇଛି। ଶୁକ୍ରବାର ଦିନ, ସ୍ପଟ୍ ସୁନା ଏକ ଅନ୍ସ 2,411 ଡଲାରରେ ବନ୍ଦ ହୋଇଛି, ଯାହାକି ଏକ ମାସ ମଧ୍ୟରେ ଏହାର ସର୍ବୋଚ୍ଚ ସ୍ତରକୁ ଛୁଇଁଛି । ଶୁକ୍ରବାର ଦିନ ସୁନା ଦର 10 ଗ୍ରାମ ପ୍ରତି 73,285 ଟଙ୍କା ରହିଥିଲା । ଚଳିତ ବର୍ଷ ସୁନା 15 ପ୍ରତିଶତ ମହଙ୍ଗା ହୋଇଥିବା ନେଇ ସୂଚନା ରହିଛି ।

ବର୍ଷ ଆରମ୍ଭରୁ ସୁନା ମୂଲ୍ୟ 63,870 ଟଙ୍କା ଥିଲା, ବର୍ତ୍ତମାନ ଏହା 73 ହଜାର ଟଙ୍କା ଅତିକ୍ରମ କରିଛି । ଏହାର ଅର୍ଥ ହେଉଛି ଯେ ଏହି ବର୍ଷ ପାଇଁ ସୁନା ବର୍ତ୍ତମାନ ପ୍ରାୟ 15 ପ୍ରତିଶତ ମହଙ୍ଗା ହୋଇଛି। ଏକ ଇଟି ରିପୋର୍ଟ ଅନୁଯାୟୀ, ଏପ୍ରିଲ-ଜୁନ୍ ମାସ ମଧ୍ୟରେ ଦେଶରେ ସୁନା ଚାହିଦା 15 ପ୍ରତିଶତ କମିଯାଇଛି । ମୂଲ୍ୟ ବୃଦ୍ଧି ହେତୁ ଲୋକମାନେ ସୁନା କିଣିବା ପାଇଁ ପସନ୍ଦ କରୁ ନାହାଁନ୍ତି ।

ବଜାରରେ ସୁନା ଚାହିଦା କମୁଥିବାର ଦେଖି ଅଳଙ୍କାର ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବଜେଟରେ ସରକାରୀ ହସ୍ତକ୍ଷେପ ଦାବି କରୁଛନ୍ତି । ଅଳଙ୍କାର ବ୍ୟବସାୟୀ ସରକାରୀ ସୁନା ଉପରେ ଆମଦାନୀ ଶୁଳ୍କକୁ 15 ପ୍ରତିଶତରୁ 10 ପ୍ରତିଶତକୁ ହ୍ରାସ କରିବାକୁ ଦାବି କରିଛନ୍ତି। GJEPC କୁ ଉଦ୍ଧୃତ ଏକ PTI ରିପୋର୍ଟରେ ସୁନା ଉପରେ ଆମଦାନୀ ଶୁଳ୍କକୁ 15 ପ୍ରତିଶତରୁ 4 ପ୍ରତିଶତକୁ ହ୍ରାସ କରିବାକୁ ଦାବି କରାଯାଇଛି।

ବଜେଟ୍ 2024 ରେ ଯଦି ଶିଳ୍ପର ଏହି ଚାହିଦା ସରକାର ଗ୍ରହଣ କରନ୍ତି, ତେବେ ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କଷ୍ଟମ୍ ଡ୍ୟୁଟିରେ ହ୍ରାସ ଘରୋଇ ବଜାରରେ ସୁନା ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇବ ଏବଂ ସୁନା କିଣିବା ଶସ୍ତା ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ 23 ରେ 2024-25 ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+