Budget 2024: ଆସିଲା କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫, ବଜେଟରେ କେଉଁ ବିଭାଗକୁ କେତେ ଟଙ୍କା? ପୂରା ଲିଷ୍ଟ୍
ଆସିଲା କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ । ଲୋକସଭାରେ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ଅନେକ ବଡ ଘୋଷଣା କରିଛନ୍ତି । ଯୁବବର୍ଗଙ୍କ ଉପରେ ବଜେଟରେ ଫୋକସ୍ କରିଛନ୍ତି କେନ୍ଦ୍ର ସରକାର ।
ତେବେ ଚାଲନ୍ତୁ ନଜର ପକାଇବା, ଏଥର ବଜେଟରେ କେଉଁ ବିଭାଗକୁ ମିଳିଛି କେତେ ଟଙ୍କା ?
ବଜେଟରେ ପ୍ରତିରକ୍ଷା ବିଭାଗକୁ ମିଳିଛି ୪,୫୪,୭୭୩ କୋଟି ଟଙ୍କା । ସେହିପରି ଗ୍ରାମୀଣ ବିକାଶ ବିଭାଗକୁ ୨,୬୫,୮୦୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତା ସହିତ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧,୫୧,୮୫୧ କୋଟି, ଗୃହ ମନ୍ତ୍ରାଳୟ ପାଇଁ ୧,୫୦,୯୮୩ କୋଟି, ଶିକ୍ଷା ମନ୍ତ୍ରାଳୟ ପାଇଁ ୧,୨୫,୬୮୩ କୋଟି, ଆଇଟି ଏବଂ ଟେଲିକମ୍ ବିଭାଗ ପାଇଁ ୧,୧୬,୩୪୨ କୋଟି ଟଙ୍କା ଦିଆଯାଇଛି । ଏଥିସହ ଏଥର ବଜେଟରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୮୯,୨୮୭ କୋଟି, ଶକ୍ତି ବିଭାଗ ପାଇଁ ୬୮,୭୬୯ କୋଟି, ସାମାଜିକ କଲ୍ୟାଣ : ୫୬, ୫୦୧ କୋଟି, ବାଣିଜ୍ୟ ଓ ଶିଳ୍ପ ବିଭାଗ ପାଇଁ ୪୭,୫୫୯ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି ।

କେଉଁ ବିଭାଗକୁ ମିଳିଛି କେତେ ଟଙ୍କା ?
- ପ୍ରତିରକ୍ଷା ବିଭାଗ: ୪,୫୪,୭୭୩ କୋଟି
- ଗ୍ରାମୀଣ ବିକାଶ: ୨,୬୫,୮୦୮ କୋଟି
- କୃଷି ଓ ଆନୁସଙ୍ଗିକ କ୍ଷେତ୍ର: ୧,୫୧,୮୫୧ କୋଟି
- ଗୃହ ମନ୍ତ୍ରାଳୟ: ୧,୫୦,୯୮୩ କୋଟି
- ଶିକ୍ଷା ମନ୍ତ୍ରାଳୟ: ୧,୨୫,୬୮୩ କୋଟି
- ଆଇଟି ଏବଂ ଟେଲିକମ୍ ବିଭାଗ: ୧,୧୬,୩୪୨ କୋଟି
- ସ୍ୱାସ୍ଥ୍ୟ ବିଭାଗ: ୮୯,୨୮୭ କୋଟି
- ଶକ୍ତି ବିଭାଗ : ୬୮,୭୬୯ କୋଟ
- ସାମାଜିକ କଲ୍ୟାଣ : ୫୬, ୫୦୧ କୋଟି
- ବାଣିଜ୍ୟ ଓ ଶିଳ୍ପ ବିଭାଗ : ୪୭,୫୫୯ କୋଟି












Click it and Unblock the Notifications