ଆଜିଠୁ ବଜେଟ ଅଧିବେଶନ ଆରମ୍ଭ: ଆସନ୍ତାକାଲି ଆସିବ କାମଚଳା ବଜେଟ୍
Budget 2024: ସଂସଦର ବଜେଟ ଅଧିବେଶନ ଆଜିଠୁ ଆରମ୍ଭ । ଯାହା ଫେବ୍ରୁଆରୀ ୯ ତାରିଖରେ ଶେଷ ହେବ । ସେହିପରି ଆସନ୍ତାକାଲି ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍ । ଆଗକୁ ନିର୍ବାଚନ ଥିବାରୁ ଏହି କାମଚଳା ବଜେଟ୍ ଉପରେ ରହିଛି ସମସ୍ତଙ୍କ ନଜର । ଏହା ମୋଦିଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ।

ଆଜି ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ଏବଂ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ । ଆଗକୁ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ଆସିବ ନାହିଁ । ନିର୍ବାଚନ ପରେ କେନ୍ଦ୍ରରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।
ସୂଚନାଥାଉ ଯେ, ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ହେଉଛି ଶେଷ ଅଧିବେଶନ । ଏହି ଅଧିବେଶନ ଫେବୃଆରୀ 9 ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧନ କରିବେ । ଏହା ପରେ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ଆସନ୍ତା ଏପ୍ରିଲ ଓ ମେ ମାସରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାରୁ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ।












Click it and Unblock the Notifications