Budget 2024: ବଜେଟରେ ବଡ ଉପହାର ଦେବେ ମୋଦି, ଜନତାଙ୍କ ପାଇଁ କ'ଣ ରହିଛି ମୋଦୀଙ୍କ ବଡ ଉପହାର?
ମୋଦି ସରକାରଙ୍କ ତୃତୀୟ ପାଳିରୁ ଏଥର ପୂର୍ଣ୍ଣାଙ୍ଗ ବଜେଟରୁ ସାଧାରଣ ଜନତାଙ୍କର ଅନେକ ଆଶା ରହିଛି । ଗରିବ ତଥା ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଏଥର ମୋଦୀ ସରକାର କ'ଣ ଉପହାର ରଖିଛନ୍ତି ତା' ଉପରେ ସମସ୍ତଙ୍କ ନଜର ରହିଛି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ରିଫକେସ୍ ଦେଶର ଅର୍ଥନୀତିକୁ ବୁଷ୍ଟର ଡୋଜ୍ ଦେଉଛି ନା ଏହା କେବଳ ସାଧାରଣ ବଜେଟରେ ପରିଣତ ହେଉଛି, ତାହା ବଜେଟ୍ ଭାଷଣରେ ଦେଖିବାକୁ ମିଳିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ ୮ଟା ୪୦ରେ ଅର୍ଥ ମନ୍ତ୍ରାଳୟରୁ ବାହାରିବେ। ସକାଳ ପ୍ରାୟ ୯ଟା ବେଳେ ବଜେଟ୍ ପ୍ରସ୍ତୁତ କରୁଥିବା ମନ୍ତ୍ରାଳୟର ଟିମ୍ ସହ ଫଟୋ ସେସନ୍ କରିବେ। ଏହା ପରେ ବଜେଟ୍ ଉପସ୍ଥାପନ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ଆଣିବେ। ୧୦ଟାରେ ଅର୍ଥମନ୍ତ୍ରୀ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ବଜେଟ୍ ନେଇ ସଂସଦରେ ପହଞ୍ଚିବେ ଏବଂ ସେଠାରେ ଆଉ ଏକ ଫଟୋ ସେସନ ହେବ। ବଜେଟ୍ ପୂର୍ବରୁ ଦୁଇ ଦୁଇ ଥର ଫଟୋ ସେସନର ପରମ୍ପରା ଏବେବି ରହିଛି। ଆଉ ୧୧ଟାରେ ଅର୍ଥମନ୍ତ୍ରୀ ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ପ୍ରାୟ ଦିନ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ୍ ଉପରେ ପ୍ରତିକ୍ରିୟା ଦେବେ। ଅପରାହ୍ନ ୩ଟାରେ ବଜେଟକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ବଜେଟରୁ ବଡ଼ ଆଶା:
- - ୨୦୪୭ ସୁଦ୍ଧା ବିକଶିତ ଭାରତର ରୋଡ୍ ମ୍ୟାପ୍
- - ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ ପାଇଁ ମାର୍ଗ ପ୍ରଶସ୍ତ କରିବ
- - ପିଏମ କିଷାନ ସମ୍ମାନ ନିଧିକୁ ବୃଦ୍ଧି କରାଯାଇପାରେ
- - କୃଷି କ୍ଷେତ୍ରର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଇପାରେ
- - ଗ୍ରାମାଞ୍ଚଳରେ ପିଏମ୍ ଆବାସ ଯୋଜନାକୁ ନେଇ ହୋଇପାରେ ଘୋଷଣା
- - ମନରେଗା କାର୍ୟ୍ୟଦିବସ ବଢ଼ାଇବାର ସମ୍ଭାବନା
- - ମହିଳା, ଯୁବପିଢ଼ି, କୃଷକ ଓ ଗରିବଙ୍କ ଉପରେ ଫୋକସ୍
- - ନୂଆ ଟିକସ ବ୍ୟବସ୍ଥାରେ ଆୟକର ଛାଡ଼ ସ୍ଲାବକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ
- - ଗୃହ ନିର୍ମାଣ ଋଣ ଉପରେ ମଧ୍ୟ ନୂଆ ରିହାତି ମିଳିବାର ସମ୍ଭାବନା
- - ଭିତ୍ତିଭୂମି ପାଇଁ ବ୍ୟୟବରାଦ ବୃଦ୍ଧି କରାଯାଇପାରେ
- - ଏମଏସଏମଇରେ ବିଶେଷ ଧ୍ୟାନ ଦିଆଯାଇପାରେ
- - ଇଭି ବା ଇଲେକ୍ଟିକ ଭେହିକଲ ପାଇଁ ନୂଆ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇପାରେ












Click it and Unblock the Notifications