Get Updates
Get notified of breaking news, exclusive insights, and must-see stories!

Budget 2024: ବଜେଟ୍ ୨୦୨୪ରେ ବି ନିର୍ମଳା ସୀତାରମଣଙ୍କ ଶାଢ଼ୀକୁ ନେଇ ଢେର୍ ଚର୍ଚ୍ଚା, ଏହି ରାଜ୍ୟର ଶାଢ଼ୀ ପିନ୍ଧିଥିଲେ ?

ବଜେଟ୍ ୨୦୨୪ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଚଳିତ ବର୍ଷ ଏହା ତାଙ୍କର ସପ୍ତମ ବଜେଟ୍ ଥିଲା । ମୋଟ ୭ଟି ବଜେଟରେ ନିର୍ମଳା ନାଲି, ନୀଳ, ଗୋଲାପୀ, ହଳଦୀ, ବାଦାମୀ ଏବଂ ମ୍ୟାଜେଣ୍ଟା ବୋର୍ଡର ସହ ଧଳା ଶାଢ଼ୀ ପିନ୍ଧିଥିବାର ଦେଖିବାକୁ ମିଳିଛି । ଆଉ ଅର୍ଥମନ୍ତ୍ରୀ ଭାବେ ଲଗାତାର ସପ୍ତମ ଥର ବଜେଟ ଉପସ୍ଥାପନ କରିଥିବା ନିର୍ମଳା ସୀତାରମଣଙ୍କ ଶାଢ଼ୀକୁ ନେଇ ଢେର୍ ଚର୍ଚ୍ଚା।

ଆଉ ନିର୍ମଳାଙ୍କ ଶାଢ଼ୀର ଚର୍ଚ୍ଚା ଏଥିପାଇଁ ଯେ, କେନ୍ଦ୍ର ବଜେଟ୍ ଉପସ୍ଥାପନ ସମୟରେ ସେ ପରିଧାନ କରି ଆସୁଥିବା ଶାଢ଼ୀରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର ଛାପ ରହିଥାଏ । ଏହା ସାଙ୍ଗକୁ ସେହି ବର୍ଷରେ ଉପସ୍ଥାପିତ ହୋଇଥିବା ବଜେଟ ବାବଦରେ ମଧ୍ୟ ସାମାନ୍ୟ ସଙ୍କେତ ମିଳିଥାଏ । ତେବେ ଚଳିତ ବର୍ଷ ବଜେଟରେ ସୀତାରମଣ କେଉଁ ରାଜ୍ୟର ଶାଢ଼ୀ ପିନ୍ଧିଛନ୍ତି ଏବଂ ପୂର୍ବରୁ ତାଙ୍କ ଶାଢ଼ୀର ବିଶେଷତା କ'ଣ ଥିଲା, ଜାଣନ୍ତୁ.

୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ମ୍ୟାଜେଣ୍ଟା ବୋର୍ଡର ଥିବା ଧଳା ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ଏହି ଶାଢ଼ୀ ଆନ୍ଧ୍ର ପ୍ରଦେଶର, ଯାହାର ନାମ ମଙ୍ଗଳାଗିରି।

Budget 2024

ଏଥର ବଜେଟରେ ଆନ୍ଧ୍ର ପ୍ରଦେଶକୁ ବିଶେଷ ଆର୍ଥିକ ସହାୟତା ମିଳିଛି । ଏହାର ରାଜଧାନୀର ବିକାଶ ପାଇଁ ସ୍ୱତନ୍ତ୍ର ୧୫ ହଜାର କୋଟି ଟଙ୍କା ସାଙ୍ଗକୁ ପୋଲାଭରମ ଜଳସେଚନ ପ୍ରକଳ୍ପ ଏବଂ କୃଷି କ୍ଷେତ୍ର ପାଇଁ ବିଶେଷ ସହାୟତା ପ୍ରଦାନ କରାଯାଇଛି । ଏଥିପାଇଁ ଅର୍ଥମନ୍ତ୍ରୀ ସେହି ରାଜ୍ୟର ପ୍ରସିଦ୍ଧ ମଙ୍ଗଳାଗିରି ହାତ ବୁଣା ଶାଢ଼ୀ ପିନ୍ଧିଥିବା କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+