Budget 2024 Live Update: ୪୮ ଲକ୍ଷ କୋଟିର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Union Budget 2024: ଆସିଲା କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ । ଲୋକସଭାରେ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ଅନେକ ବଡ ଘୋଷଣା କରିଛନ୍ତି । ଯୁବବର୍ଗଙ୍କ ଉପରେ ବଜେଟରେ ଫୋକସ୍ କରିଛନ୍ତି କେନ୍ଦ୍ର ସରକାର

Union Budget 2024 Live

ତେବେ ଚାଲନ୍ତୁ ନଜର ପକାଇବା, ଏଥର ବଜେଟରେ କେଉଁ ବିଭାଗକୁ ମିଳିଛି କେତେ ଟଙ୍କା ?

ବଜେଟରେ ପ୍ରତିରକ୍ଷା ବିଭାଗକୁ ମିଳିଛି ୪,୫୪,୭୭୩ କୋଟି ଟଙ୍କା । ସେହିପରି ଗ୍ରାମୀଣ ବିକାଶ ବିଭାଗକୁ ୨,୬୫,୮୦୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତା ସହିତ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧,୫୧,୮୫୧ କୋଟି, ଗୃହ ମନ୍ତ୍ରାଳୟ ପାଇଁ ୧,୫୦,୯୮୩ କୋଟି, ଶିକ୍ଷା ମନ୍ତ୍ରାଳୟ ପାଇଁ ୧,୨୫,୬୮୩ କୋଟି, ଆଇଟି ଏବଂ ଟେଲିକମ୍ ବିଭାଗ ପାଇଁ ୧,୧୬,୩୪୨ କୋଟି ଟଙ୍କା ଦିଆଯାଇଛି । ଏଥିସହ ଏଥର ବଜେଟରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୮୯,୨୮୭ କୋଟି, ଶକ୍ତି ବିଭାଗ ପାଇଁ ୬୮,୭୬୯ କୋଟି, ସାମାଜିକ କଲ୍ୟାଣ : ୫୬, ୫୦୧ କୋଟି, ବାଣିଜ୍ୟ ଓ ଶିଳ୍ପ ବିଭାଗ ପାଇଁ ୪୭,୫୫୯ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି ।

Jul 24, 2024, 11:11 am IST

ସମସ୍ତଙ୍କୁ ଧନ୍ୟବାଦ ।

ସମସ୍ତଙ୍କୁ ଧନ୍ୟବାଦ । ବଜେଟ୍ ୨୦୨୪-୨୫ ପାଇଁ ୪୮ ଲକ୍ଷ କୋଟିର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
Jul 23, 2024, 3:40 pm IST

ସାଧାରଣ ଲୋକଙ୍କ ପାଇଁ ବଜେଟରେ କିଛି ନାହିଁ…

ବଜେଟ ଉପରେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, ‘ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ବଜେଟରେ କିଛି ନାହିଁ। ମନରେଗା ପରି ଯୋଜନାଗୁଡିକ ବିଷୟରେ ଏହି ବଜେଟରେ କୌଣସି ପ୍ରମୁଖ ପଦକ୍ଷେପ ନିଆଯାଇ ନାହିଁ। ସେ ଆହୁରି କହିଛନ୍ତି, ‘ସାଧାରଣ ଲୋକଙ୍କ ରୋଜଗାରରେ ଉନ୍ନତି ଆଣିବା ପାଇଁ ବଜେଟରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହା ବ୍ୟତୀତ, ଯାହା କିଛି ପଦକ୍ଷେପ ନିଆଯାଇଛି ତାହା ଯଥେଷ୍ଟ ନୁହେଁ । ଏହି ସରକାରରେ ଆୟ ଅସମାନତା ଉପରେ ଆମେ ବହୁତ କମ କାମ ଦେଖିଛୁ।
Jul 23, 2024, 3:38 pm IST

ମୋଦି ୩.୦ ବଜେଟ ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା

କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଜେଟ ସମ୍ପର୍କରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଏହାକୁ ‘ଚେୟାର ସେଭ’ ବଜେଟ ବୋଲି କହିଛନ୍ତି । ରାହୁଲ ଗାନ୍ଧୀ ଏହି ବଜେଟକୁ ତାଙ୍କର ସହଯୋଗୀମାନଙ୍କୁ ଖୁସି କରିବା ଭଳି ବଜେଟ ବୋଲି କହିଛନ୍ତି। ତାଙ୍କ ସହଯୋଗୀମାନଙ୍କୁ ଖୁସି କରିବା ପାଇଁ ଏହି ବଜେଟ ଅଣାଯାଇଛି । ଏଥିରୁ ଆଦାନୀ ଅମ୍ବାନୀ ଉପକୃତ ହେବେ। ହେଲେ ସାଧାରଣ ଭାରତୀୟଙ୍କୁ କୌଣସି ଆରାମ ମିଳିବ ନାହିଁ ।
Jul 23, 2024, 2:40 pm IST

ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହା ବିକାଶକୁ ନୂତନ ଉଚ୍ଚତାକୁ ନେଇଯିବ। ସମାଜର ସମସ୍ତ ବିଭାଗ ଏଥିରୁ ଉପକୃତ ହେବାକୁ ଯାଉଛନ୍ତି। ଯୁବକମାନେ ଅନେକ ସୁଯୋଗ ପାଇବେ, ଦଳିତ ଏବଂ ପଛୁଆ ସମ୍ପ୍ରଦାୟର ଲୋକମାନେ ଅଧିକ ଶକ୍ତିଶାଳୀ ହେବେ । ବଜେଟ ଉପସ୍ଥାପନ କରିବା ପରେ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , ଏହି ବଜେଟ ମହିଳାଙ୍କ ଆର୍ଥିକ ଅଂଶଗ୍ରହଣକୁ ନିଶ୍ଚିତ କରିବ। ଏହା ବ୍ୟତୀତ ଅର୍ଥନୈତିକ ବିକାଶ ମଧ୍ୟ ନୂତନ ଗତି ପାଇବାକୁ ଯାଉଛି।
Jul 23, 2024, 2:10 pm IST

ବଜେଟର ୧୦ ବଡ ଖବର: ଏଥର ବଜେଟରେ ରହିଛି କଣ?

୧- ଷ୍ଟାଣ୍ଡାର୍ଡ ଡିଡକସନ ପରିମାଣ ୭୫ ହଜାରକୁ ବଢିଲା ୨- ୩ ଲକ୍ଷରୁ ୭ ଲକ୍ଷ ଟଙ୍କା ଆୟରେ ୫ ପ୍ରତିଶତ ଟିକସ ୩- ପିଏମ ଆବାସରେ ୩ କୋଟି ଘର ୪- କୃଷି ପାଇଁ ୧.୫୨ ଲକ୍ଷ କୋଟି ୫- ୫ ରାଜ୍ୟରେ କିଷାନ କ୍ରେଡିଟ କାର୍ଡ ୬- ୧୨ ନୂଆ ଇଣ୍ଡଷ୍ଟ୍ରିଆଲ ହବ ପାଇଁ ମଞ୍ଜୁରୀ ୭- ସୁନା, ରୂପା, ପ୍ଲାଟିନମ, ମୋବାଇଲ ଶସ୍ତା ୮- ଓଡିଶାରର ପର୍ଯ୍ୟଟନସ୍ଥଳକୁ ବିଶ୍ୱସ୍ତରୀୟ କରାଯିବ ୯- ମହାକାଶ ଅର୍ଥନୀତି ପାଇଁ ୧୦୦୦ କୋଟି ୧୦- ୫ କୋଟି ଆଦିବାସୀଙ୍କ ପାଇଁ ଉନ୍ନତ ଗ୍ରାମ
Jul 23, 2024, 1:38 pm IST

କେନ୍ଦ୍ର ବଜେଟ ଉପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା

କେନ୍ଦ୍ର ବଜେଟରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ ମୁଁ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ଓଡ଼ିଶାର ବିକାଶ ପାଇଁ ପର୍ଯ୍ୟଟନ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଏଥିରେ ବନ୍ୟଜନ୍ତୁ, ଭାସ୍କର୍ଯ୍ୟ, ରାଜପଥ ରହିଛି । ଓଡିଶାର ସୌନ୍ଦର୍ଯ୍ୟ, ଓ ଏହାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାରେ ଏହି ଭୂମିକା ଗ୍ରହଣ କରିଥିବାରୁ ଆମେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛୁ
Jul 23, 2024, 1:19 pm IST

କେନ୍ଦ୍ର ବଜେଟ୍ ନେଇ ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ପ୍ରତିକ୍ରିୟା।

କେନ୍ଦ୍ର ବଜେଟ୍ ନେଇ ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ପ୍ରତିକ୍ରିୟା। କହିଲେ ଯୁବକ, ମହିଳା, କୃଷକ, ବେକାରୀ ଏବଂ ମୁଦ୍ରାସ୍ଫୀତି ହେଉଛି ପ୍ରମୁଖ ପ୍ରସଙ୍ଗ ।
Jul 23, 2024, 1:18 pm IST

ପିଏମ କ୍ରେଡିଟ୍‌ କାର୍ଡ ଯୋଜନା ଉପରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ପିଏମ କ୍ରେଡିଟ୍‌ କାର୍ଡ ଯୋଜନା ଉପରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପ୍ରଧାନମନ୍ତ୍ରୀ କିସାନ କ୍ରେଡିଟ୍‌ କାର୍ଡ ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦେଶର ପାଞ୍ଚଟି ରାଜ୍ୟରେ ଜନ ସମର୍ଥ ଆଧାରିତ କିସାନ କ୍ରେଡିଟ୍‌ କାର୍ଡ ପ୍ରଦାନ କରାଯିବ।
Jul 23, 2024, 1:15 pm IST

ବଜେଟ୍‌ରେ ବନ୍ୟା କ୍ଷତିଗ୍ରସ୍ତ ୫ ରାଜ୍ୟକୁ ସ୍ବତନ୍ତ୍ର ସହାୟତା

ବଜେଟ୍‌ରେ ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଘୋଷଣା କରାଯାଇଛି। ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟି ଦିଆଯିବ ବୋଳି ବଜେଟ୍‌ରେ ଘୋଷଣା କରାଯାଇଛି। ଏପରିକି ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମକୁ ମଧ୍ୟ ସହାୟତା ମିଳିବ ବୋଲି ବଜେଟ୍‌ରେ ଉପସ୍ଥାପନ କରାଯାଇଛି
Jul 23, 2024, 1:02 pm IST

ମହଙ୍ଗା ହେବ ପ୍ଲାଷ୍ଟିକ

ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁକ୍ଳ ବଢି଼ବ । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ ।
Jul 23, 2024, 12:58 pm IST

ଶସ୍ତା ହେଲା

ମୋବାଇଲ୍ ଫୋନ୍, ଚାର୍ଜର ଏବଂ ବ୍ୟାଟେରୀ ଶସ୍ତା ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତାହେବ କ୍ୟାନ୍ସର ଔଷଧ ଶସ୍ତା ହେବ । ୩ ପ୍ରକାରର କ୍ୟାନ୍ସର ଔଷଧରେ ଲାଗିବ ନାହିଁ କଷ୍ଟମ ଡ୍ୟୁଟି ଔଷଧ ଏବଂ ମେଡିକାଲ ଜିନିଷ ଶସ୍ତା
Jul 23, 2024, 12:38 pm IST

୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ

୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ ୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫ ପ୍ରତିଶତ । ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆକର ୧୦ ପ୍ରତିଶତ ରହିବା ବେଳେ ୧୦ ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫ ପ୍ରତିଶତ ଏବଂ ୧୨ ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦ ପ୍ରତିଶତ । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦ ପ୍ରତିଶତ ରହିବା ନେଇ ଘୋଷଣ କରାଯାଇଛି ।
Jul 23, 2024, 12:33 pm IST

୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ

୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ
Jul 23, 2024, 12:30 pm IST

୨୫ ହଜାର ଗାଁ ରାସ୍ତା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, "ପ୍ରଧାନମନ୍ତ୍ରି ଗ୍ରାମ ସଡକ ଯୋଜନାର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବ, ଯେଉଁଥିରେ 25 ହଜାର ଗାଁକୁ ରାସ୍ତା ଯୋଗାଇ ଦିଆଯିବ ... ବିହାରରେ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନେପାଳରେ ବନ୍ୟା ନିୟନ୍ତ୍ରଣ ସଂରଚନା ରହିଛି। ଆମ ସରକାର ଆନୁମାନିକ 11,500 କୋଟି ଟଙ୍କା ବ୍ୟୟରେ ଆର୍ଥିକ ସହାୟତା ପ୍ରଦାନ କରିବେ, ଯାହା ବନ୍ୟା ପରିସ୍ଥିତିରେ ପୀଡିତ, ବନ୍ୟା ପରିଚାଳନା ତଥା ଆନୁଷଙ୍ଗିକ ପ୍ରକଳ୍ପ ପାଇଁ ସହାୟତା ପାଇବ ବନ୍ୟା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି, ବହୁପକ୍ଷୀୟ ସହାୟତା ମାଧ୍ୟମରେ ପୁନଃ ନିର୍ମାଣ ପାଇଁ ସହାୟତା ମଧ୍ୟ ମିଳିବ।
Jul 23, 2024, 12:21 pm IST

କମିବ ସୁନା-ରୁପା ମୂଲ୍ୟ

ସୁନା, ରୁପା ଏବଂ ପ୍ଲାଟିନମ୍ ଉପରେ ସୀମା ଶୁଳ୍କ ୬ ପ୍ରତିଶତ ହ୍ରାସ । ସେହିପରି ମୋବାଇଲ ଏବଂ ଚାର୍ଜର ଉପରେ ମଧ୍ୟ ସୀମା ଶୁଳ୍କ ୧୫ ପ୍ରତିଶତ ହ୍ରାସ ପାଇଛି ।
Jul 23, 2024, 12:18 pm IST

ଶସ୍ତା ହେଲା କ୍ୟାନସର୍ ଔଷଧ

୩ ପ୍ରକାର କ୍ୟାନସର୍ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ । ଔଷଧ ଏବଂ ମେଡିକାଲ ଜିନିଷ ଉପରେ କଷ୍ଟମ ଡ୍ୟୁଟି କମିବା ନେଇ ଘୋଷଣ କରାଗଲା । ସେହିପରି ଏକ୍ସରେ ଟ୍ୟୁବ୍ ଉପରେ ମଧ୍ୟ ଶିଳ୍ପ ହ୍ରାସ ନେଇ ବଜେଟରେ ଘୋଷଣା କରାଯାଇଛି ।
Jul 23, 2024, 12:10 pm IST

ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ

ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ ଯୋଗାଣ ଚାଲୁ ରହିବ । ରାଜ୍ୟମାନଙ୍କୁ ୫୦ ବର୍ଷ ଅବଧି ବିଶିଷ୍ଟ ଋଣ ଯୋଗାଣ ହେବ । -ବିନା ସୁଧରେ ରାଜ୍ୟମାନଙ୍କୁ ଋଣ ଯୋଗାଇ ଦିଆଯିବ
Jul 23, 2024, 12:03 pm IST

୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ

୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ -ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ -ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ -ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
Jul 23, 2024, 12:00 pm IST

ବଜେଟ୍‌ର ଗୁରୁତ୍ୱପର୍ଣ୍ଣ ଅଂଶ:-

– ଏହି ବଜେଟ ସମସ୍ତଙ୍କ ବିକାଶ ପାଇଁ – ଏହା ହେଉଛି ବିକଶିତ ଭାରତର ରୋଡମ୍ୟାପ – ଶକ୍ତି ସୁରକ୍ଷା ଉପରେ ସରକାରଙ୍କ ଧ୍ୟାନ – ରୋଜଗାର ବୃଦ୍ଧି ଉପରେ ସରକାରଙ୍କ ଧ୍ୟାନ -ରୋଜଗାର ବୃଦ୍ଧି ହେଉଛି ସରକାରଙ୍କ ପ୍ରାଥମିକତା – ପ୍ରାକୃତିକ ଚାଷ ବୃଦ୍ଧି ଉପରେ ଗୁରୁତ୍ୱ
Jul 23, 2024, 11:51 am IST

ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌

ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌ । ବଛା ବଛା ସହରରେ ୧୦୦ ଷ୍ଟ୍ରିଟ୍‌ଫୁଡ୍‌ ହବ୍‌ ଓ ହାଟ ନିର୍ମାଣ ହେବ ।
Jul 23, 2024, 11:49 am IST

ଆନ୍ଧ୍ରପ୍ରଦେଶ_ପାଇଁ_ବଡ_ଘୋଷଣା

ନିର୍ମଳା ସୀତାରମଣ କହିଛନ୍ତି ଯେ, ଆମ ସରକାର ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ପ୍ରୟାସ କରିଛନ୍ତି । ରାଜ୍ୟର ପୁଞ୍ଜି ଆବଶ୍ୟକତାକୁ ବୁଝି, ଆମେ ବହୁପକ୍ଷୀୟ ଏଜେନ୍ସି ମାଧ୍ୟମରେ ବିଶେଷ ଆର୍ଥିକ ସହାୟତା ପ୍ରଦାନ କରିବୁ । ଚଳିତ ଆର୍ଥିକ ବର୍ଷରେ ଓ ଭବିଷ୍ୟତରେ ଅତିରିକ୍ତ ପାଣ୍ଠି ସହିତ ୧୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ।
Jul 23, 2024, 11:48 am IST

ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ

କେନ୍ଦ୍ର ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ 500 ଟି ଟପ୍ କମ୍ପାନୀରେ 1 କୋଟି ଯୁବକଙ୍କୁ ଇଣ୍ଟର୍ନସିପ୍ ଭତ୍ତା ଏବଂ 6000 ଟଙ୍କା ସହାୟତା ପାଇଁ ମାସକୁ 5000 ଟଙ୍କା ଦେଇ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ ପାଇଁ ସରକାର ଏକ ଯୋଜନା ଆରମ୍ଭ କରିବେ।
Jul 23, 2024, 11:45 am IST

କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ ପ୍ରସ୍ତାବ

୧-ମହିଳା ଏବଂ ଯୁବତୀମାନେ ଉପକୃତ ହେଉଥିବା ଯୋଜନାଗୁଡିକ ପାଇଁ ୩ ଲକ୍ଷ କୋଟି ଟଙ୍କା ୨-ପୂର୍ବୋତ୍ତର କ୍ଷେତ୍ରରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ୧୦୦ରୁ ଅଧିକ ଶାଖା ପ୍ରତିଷ୍ଠା ହେବ ୩- ଦେଶରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ପୋଲାଭରମ ଜଳସେଚନ ପ୍ରକଳ୍ପର ପରିସମାପ୍ତି
Jul 23, 2024, 11:42 am IST

ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ

ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ । ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ । ପିପିପି ମୋଡ୍‌ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା । ଡର୍ମିଟୋରୀ ବ୍ୟବସ୍ଥା ରହିବ, ସୁବିଧାରେ ରହିପାରିବେ ଶ୍ରମିକ ।
Jul 23, 2024, 11:41 am IST

ଏମଏସଏମଇ ଟର୍ମ ଋଣ

ଏମଏସଏମଇ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, "ଏମଏସଏମଇ ମାନଙ୍କୁ ଟର୍ମ ଋଣ ସୁଗମ କରିବା ପାଇଁ ଏକ କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ପ୍ରଣୟନ କରାଯିବ । ଏପ୍ରତ୍ୟେକ ଆବେଦନକାରୀଙ୍କୁ ଏକ ଆର୍ଥିକ ଗ୍ୟାରେଣ୍ଟି ପାଣ୍ଠି ପ୍ରଦାନ କରିବ। 100 କୋଟି ଟଙ୍କା ପର୍ଯ୍ୟନ୍ତ କଭର ହୋଇଥିବାବେଳେ ରୁଣ ପରିମାଣ ଅଧିକ ହୋଇପାରେ |
Jul 23, 2024, 11:36 am IST

ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି

ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ । ଲୋନ୍‌ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା । ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ ।
Jul 23, 2024, 11:35 am IST

ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ୯ ସୂତ୍ରୀ ଯୋଜନା ଉପରେ ଦେଲେ ଗୁରୁତ୍ୱ

୧ – କୃଷିରେ ଉତ୍ପାଦକତା ଓ ଅନୁକୂଳନୀୟ ୨-ରୋଜଗାର ଓ କୌଶଳ ପ୍ରଶିକ୍ଷଣ ୩-ସଂସାଧନ ବିକାଶ ଓ ସାମାଜିକ ନ୍ୟାୟ ୪-ନିର୍ମାଣ ଓ ସେବା ୫- ସହରର ବିକାଶ ୬-ଶକ୍ତି ସୁରକ୍ଷା ୭-ଅବସଂରଚନା ୮- ନବୀକରଣ, ବିକାଶ ଓ ସୁଯୋଗ ୯-ପରବର୍ତ୍ତୀ ପିଢୀ ପାଇଁ ସୁଯୋଗ
Jul 23, 2024, 11:34 am IST

ପୋଲାଭରମ ଆନ୍ଧ୍ରର ଜୀବନ ରେଖା

ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ । ପୋଲାଭରମ ଆନ୍ଧ୍ରର ଜୀବନ ରେଖା କହିଲେ ଅର୍ଥମନ୍ତ୍ରୀ । ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି ଅନୁଦାନ ଘୋଷଣା ।
Jul 23, 2024, 11:33 am IST

ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ

ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ । ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ । ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ ।
Jul 23, 2024, 11:32 am IST

ବିହାରର ଗୟା ଠାରେ ଶିଳ୍ପାଞ୍ଚଳର ବିକାଶ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୁହନ୍ତି, "ଅମୃତସର-କୋଲକାତା ଶିଳ୍ପ କରିଡରରେ ଆମେ ବିହାରର ଗୟା ଠାରେ ଏକ ଶିଳ୍ପାଞ୍ଚଳର ବିକାଶକୁ ସମର୍ଥନ କରିବୁ। ଏହା ଇଷ୍ଟର ଅଞ୍ଚଳର ବିକାଶରେ ସହାୟକ ହେବ। ଆମେ ସଡକ ସଂଯୋଗ ପ୍ରକଳ୍ପର ବିକାଶକୁ ମଧ୍ୟ ସମର୍ଥନ କରିବୁ- ପାଟନା - ପୂର୍ଣ୍ଣା ଏକ୍ସପ୍ରେସୱେ, ବକ୍ସାର- ଭାଗଲପୁର ରାଜପଥ, ବୋଧଗୟା- ରାଜଗିର-ଭୈସାଲି- ଦାରବଙ୍ଗା ଏବଂ ବକ୍ସରର ଗଙ୍ଗା ନଦୀ ଉପରେ ଅତିରିକ୍ତ ଦୁଇ ଲେନ ବିଶିଷ୍ଟ ସେତୁ 26,000 କୋଟି ଟଙ୍କାରେ ହେବ । "
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+