ୟୁନିଅନ୍ ବଜେଟ୍ ୨୦୨୪: କମିଲା ସୁନା, ମୋବାଇଲ୍ ମୂଲ୍ୟ, ଜାଣନ୍ତୁ କ'ଣ ହେଲା ମହଙ୍ଗା କ'ଣ ହେଲା ଶସ୍ତା
Union Budget 2024: ଉପସ୍ଥାପିତ ହୋଇଛି ବର୍ଷ 2024 ପାଇଁ କେନ୍ଦ୍ର ବଜେଟ୍ (Union Budget) । ବଜେଟ୍ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏବି ସାଧାରଣ ବଜେଟରେ କେନ୍ଦ୍ର ସରକାର ଅନେକ ବଡ଼ ଘୋଷଣା କରିଛନ୍ତି । ଯେଉଁଥିରେ ଟ୍ୟାକ୍ସ ସ୍ଲାବରେ ହ୍ରାସ ହେଉଛି ସବୁଠାରୁ ବଡ ଘୋଷଣା । ସେହିପରି ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଅନେକ୍ ଜିନିଷ ମହଙ୍ଗା ମଧ୍ୟ ହୋଇଛି । ଯେପରି କି ସୁନା, ରୂପା ଓ ପ୍ଲାଟିନମ୍ ଏବେଠୁ ଶସ୍ତା ହେବ । ଚାଲନ୍ତୁ ଜାଣିବା କଣ ହେବ ଶସ୍ତା ଏବଂ କଣ ହେବ ମହଙ୍ଗା ?
ଶସ୍ତା ହେଲା କ୍ୟାନସର୍ ଔଷଧ
୩ ପ୍ରକାର କ୍ୟାନସର୍ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ । ଔଷଧ ଏବଂ ମେଡିକାଲ ଜିନିଷ ଉପରେ କଷ୍ଟମ ଡ୍ୟୁଟି କମିବା ନେଇ ଘୋଷଣ କରାଗଲା । ସେହିପରି ଏକ୍ସରେ ଟ୍ୟୁବ୍ ଉପରେ ମଧ୍ୟ ଶିଳ୍ପ ହ୍ରାସ ନେଇ ବଜେଟରେ ଘୋଷଣା କରାଯାଇଛି ।
ସେହିପରି ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର ସୁନା, ରୁପା ଏବଂ ପ୍ଲାଟିନମ୍ ଉପରେ ସୀମା ଶୁଳ୍କ ୬ ପ୍ରତିଶତ ହ୍ରାସ । ସେହିପରି ମୋବାଇଲ ଏବଂ ଚାର୍ଜର ଉପରେ ମଧ୍ୟ ସୀମା ଶୁଳ୍କ ୧୫ ପ୍ରତିଶତ ହ୍ରାସ ପାଇଛି । ଫଳରେ ସୁନା ରୂପା ମଧ୍ୟ ଶସ୍ତା ହେବା ନେଇ ଖବର ରହିଛି ।

କ'ଣ ଶସ୍ତା ହେଲା
ମୋବାଇଲ୍ ଫୋନ୍, ଚାର୍ଜର ଏବଂ ବ୍ୟାଟେରୀ ଶସ୍ତା
ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତାହେବ
କ୍ୟାନ୍ସର ଔଷଧ ଶସ୍ତା ହେବ । ୩ ପ୍ରକାରର କ୍ୟାନ୍ସର ଔଷଧରେ ଲାଗିବ ନାହିଁ କଷ୍ଟମ ଡ୍ୟୁଟି
ଔଷଧ ଏବଂ ମେଡିକାଲ ଜିନିଷ ଶସ୍ତା
କୋବାଲଟ
ସୋଲାର ସେଲ୍
ଚମଡ଼ା ସାମଗ୍ରୀ
ଜୋତା
ସାମୁଦ୍ରିକ ଉତ୍ପାଦ
ମହଙ୍ଗା ହେବ
ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁକ୍ଳ ବଢି଼ବ
ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ












Click it and Unblock the Notifications