ବଜେଟ୍ ଦୋହଲାଇଦେଲା ସେନ୍ସେକ୍ସ
କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ଦେଶର କୋଟି ଜନତା, ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ଏହା ମଧ୍ୟରେ ଶ୍ରୀ ସୀତାରମଣ କରିଛନ୍ତି ଅନେକ ବଡ଼ ଘୋଷଣା । ତେବେ ସରକାରଙ୍କ ଘୋଷଣା ପରେ ସେୟାର ମାର୍କେଟ୍ରେ ହଲ୍ଚଲ୍ ଦେଖାଦେଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭାଷଣ ଶେଷ ହେବା ପରେ ସେନ୍ସେକ୍ସରେ ଦେଖିବାକ ମିଳିଛି ବଡ଼ ପରିବର୍ତ୍ତନ ।

ସେନ୍ସେକ୍ସ୧,୨୬୬.୧୭ ପଏଣ୍ଟ ହ୍ରାସ ପାଇ ୭୯,୨୩୫.୯୧ ପଏଣ୍ଟରେ କାରବାର କରୁଥିବା ବେଳେ ନିଫ୍ଟି ୪୩୫.୦୫ ପଏଣ୍ଟ ହ୍ରାସ ସହିତ ୨୪,୦୭୪.୨୦ ପଏଣ୍ଟରେ ପହଞ୍ଚିଛି । ଆଜି ଅନେକ ସରକାରୀ କମ୍ପାନୀର ସେୟାର ୨ରୁ ୩ ପ୍ରତିଶତ ଖସିଥିବା ଦେଖିବାକୁ ମିଳିଛି ।












Click it and Unblock the Notifications