Budget 2024: ଅନ୍ତରୀଣ କେନ୍ଦ୍ର ବଜେଟ୍ ୨୦୨୪-୨୫ର ମୁଖ୍ୟାଂଶ
ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ' ମନ୍ତ୍ର ଏବଂ 'ସବକା ପ୍ରୟାସ'ର ସାମଗ୍ରିକ ରାଷ୍ଟ୍ର ଆଭିମୁଖ୍ୟ ସହିତ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ର ଅନ୍ତରୀଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟର ମୁଖ୍ୟାଂଶଗୁଡ଼ିକ ହେଲା:
ଭାଗ ଏ
ସାମାଜିକ ନ୍ୟାୟ
ପ୍ରଧାନମନ୍ତ୍ରୀ ୪ଟି ପ୍ରମୁଖ ଜାତି ଯଥା 'ଗରିବ', 'ମହିଳା', 'ଯୁବବର୍ଗ' ଏବଂ 'ଅନ୍ନଦାତା' (କୃଷକ)ଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦେବେ ।
'ଗରିବ କଲ୍ୟାଣ, ଦେଶ କା କଲ୍ୟାଣ'
- ବିଗତ ୧୦ ବର୍ଷ ମଧ୍ୟରେ ସରକାର ୨୫ କୋଟି ଲୋକଙ୍କୁ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତି ଦେଇଛନ୍ତି।
- ପ୍ରଧାନମନ୍ତ୍ରୀ-ଜନଧନ ଆକାଉଣ୍ଟ ବ୍ୟବହାର କରି ୩୪ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଦ୍ୱାରା ସରକାରଙ୍କ ପାଇଁ ୨.୭ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି ।
- ପିଏମ-ସ୍ୱନିଧି ଯୋଜନା ୭୮ ଲକ୍ଷ ଉଠା ଦୋକାନୀଙ୍କୁ ଋଣ ସହାୟତା ପ୍ରଦାନ କରିଛି। ତୃତୀୟ ଥର ପାଇଁ ୨.୩ ଲକ୍ଷ ଦୋକାନୀଙ୍କୁ ଋଣ ମିଳିଛି।
- ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ବିକାଶରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀ-ଜନମନ ଯୋଜନା ।
- ପିଏମ-ବିଶ୍ୱକର୍ମା ଯୋଜନା ୧୮ଟି ବ୍ୟବସାୟରେ ନିୟୋଜିତ ଶିଳ୍ପୀ ଏବଂ କାରିଗରମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ସହାୟତା ପ୍ରଦାନ କରାଯାଉଛି ।
'ଅନ୍ନଦାତା'ଙ୍କ କଲ୍ୟାଣ
- ପିଏମ କିଷାନ ସମ୍ମାନ ଯୋଜନାରେ ୧୧.୮ କୋଟି କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
- ପିଏମ ଫସଲ ବୀମା ଯୋଜନା ଅଧୀନରେ ୪ କୋଟି ଚାଷୀଙ୍କୁ ଫସଲ ବୀମା ଦିଆଯାଇଛି।
- ଇଲେକ୍ଟ୍ରୋନିକ୍ ଜାତୀୟ କୃଷି ବଜାର (ଇ-ନାମ) ୧୩୬୧ଟି ମଣ୍ଡିକୁ ସମନ୍ୱିତ କରି ୧.୮ କୋଟି କୃଷକଙ୍କୁ ୩ ଲକ୍ଷ କୋଟି ଟଙ୍କାର ବାଣିଜ୍ୟିକ ସହାୟତା ପ୍ରଦାନ କରିଛି।
ନାରୀ ଶକ୍ତି ପାଇଁ ପ୍ରୋତ୍ସାହନ
- ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟି ମୁଦ୍ରା ଋଣ ପ୍ରଦାନ ।
- ଉଚ୍ଚଶିକ୍ଷାରେ ମହିଳାଙ୍କ ନାମଲେଖା ୨୮% ବୃଦ୍ଧି ପାଇଛି।
- ଷ୍ଟେମ୍ ପାଠ୍ୟକ୍ରମରେ ନାମ ଲେଖାର ୪୩% ଝିଅ ଓ ମହିଳା ଅଛନ୍ତି, ଯାହା କି ବିଶ୍ୱରେ ସର୍ବାଧିକ।
- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭୦% ରୁ ଅଧିକ ଘର ଗ୍ରାମାଞ୍ଚଳର ମହିଳାଙ୍କୁ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)
- କୋଭିଡ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ କୋଟି ଗୃହ ନିର୍ମାଣ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ ହେବ ।
- ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆଉ ୨ କୋଟି ଘର ନିର୍ମାଣ କରାଯିବ ।
ଛାତ ସୌରୀକରଣ ଏବଂ ମାଗଣା ବିଦ୍ୟୁତ ସଂଯୋଗ
- ଛାତ ସୌରୀକରଣ ମାଧ୍ୟମରେ ୧ କୋଟି ପରିବାରକୁ ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିବ ।
- ପ୍ରତି ପରିବାର ବାର୍ଷିକ ୧୫୦୦୦ରୁ ୧୮୦୦୦ ଟଙ୍କା ସଞ୍ଚୟ କରିବେ ବୋଲି ଆଶା କରାଯାଉଛି ।
ଆୟୁଷ୍ମାନ ଭାରତ
- ଆୟୁଷ୍ମାନ ଭାରତ ଯୋଜନାରେ ସମସ୍ତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।
- ପର୍ଯ୍ୟଟନ କେନ୍ଦ୍ରଗୁଡିକର ସୁବିଧା ଓ ସେବାର ଗୁଣବତ୍ତା ଆଧାରରେ ରେଟିଂ ପାଇଁ ଢାଞ୍ଚା ପ୍ରତିଷ୍ଠା କରାଯିବ ।
- ମେଳକ ଭିତ୍ତିରେ ଏଭଳି ବିକାଶ ପାଇଁ ଅର୍ଥ ଯୋଗାଣ ଲାଗି ରାଜ୍ୟଗୁଡ଼ିକୁ ଦୀର୍ଘମିଆଦୀ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ।
ପୁଞ୍ଜି ନିବେଶ
- ୨୦୧୪ରୁ ୨୦୨୩ ମଧ୍ୟରେ ୫୯୬ ବିଲିୟନ ଡଲାରର ଏଫଡିଆଇ ପ୍ରବାହ ହୋଇଛି ଯାହାକି ୨୦୦୫-୧୪ ରେ ପ୍ରବାହର ଦୁଇଗୁଣ ଥିଲା ।
- "ବିକଶିତ ଭାରତ" ପାଇଁ ରାଜ୍ୟଗୁଡ଼ିକରେ ସଂସ୍କାର
- ରାଜ୍ୟ ସରକାରଙ୍କ ଦ୍ୱାରା ମାଇଲଖୁଣ୍ଟ ସମ୍ବନ୍ଧୀୟ ସଂସ୍କାରକୁ ସମର୍ଥନ କରିବା ପାଇଁ ପଚାଶ ବର୍ଷର ସୁଧ ମୁକ୍ତ ଋଣ ବାବଦରେ ୭୫,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି ।
ସଂଶୋଧିତ ଆକଳନ (ଆରଇ) ୨୦୨୩-୨୪
- ଋଣ ବ୍ୟତୀତ ଅନ୍ୟ ମୋଟ ପ୍ରାପ୍ତିର ସଂଶୋଧିତ ଆକଳନ ହେଉଛି ୨୭.୫୬ ଲକ୍ଷ କୋଟି ଟଙ୍କା, ଯେଉଁଥିରୁ ଟିକସ ପ୍ରାପ୍ତି ହେଉଛି ୨୩.୨୪ ଲକ୍ଷ କୋଟି ଟଙ୍କା ।
- ସମୁଦାୟ ଖର୍ଚ୍ଚର ଆରଇ ହେଉଛି ୪୪.୯୦ ଲକ୍ଷ କୋଟି ଟଙ୍କା ।
- ୩୦.୦୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆୟ ହେବ ଯାହାକି ବଜେଟ୍ ଆକଳନ ତୁଳନାରେ ଅଧିକ ହେବ ବୋଲି ଆଶା କରାଯାଉଛି, ଯାହା ଅର୍ଥବ୍ୟବସ୍ଥାର ଦ୍ରୁତ ଅଭିବୃଦ୍ଧି ଏବଂ ଔପଚାରିକତାକୁ ପ୍ରତିଫଳିତ କରୁଛି ।
- ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୮ ପ୍ରତିଶତ ରହିଛି ।
୨୦୨୪-୨୫ ବଜେଟ୍ ଆକଳନ
- ଋଣ ବ୍ୟତୀତ ଅନ୍ୟ ମୋଟ ଆୟ ଏବଂ ମୋଟ ବ୍ୟୟ ଯଥାକ୍ରମେ ୩୦.୮୦ ଏବଂ ୪୭.୬୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
- ଟିକସ ଆଦାୟ ୨୬.୦୨ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
- ମୋଟ ୧.୩ ଲକ୍ଷ କୋଟି ଟଙ୍କା ବ୍ୟୟଅଟକଳରେ ରାଜ୍ୟଗୁଡ଼ିକୁ ପୁଞ୍ଜି ବ୍ୟୟ ପାଇଁ ୫୦ ବର୍ଷର ସୁଧମୁକ୍ତ ଋଣ ଯୋଜନା ଚଳିତ ବର୍ଷ ଜାରି ରହିବ।
- ୨୦୨୪-୨୫ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି
- ୨୦୨୪-୨୫ ରେ ଡେଟେଡ୍ ସିକ୍ୟୁରିଟି ଜରିଆରେ ମୋଟ ଓ ନିଟ୍ ବଜାର ଋଣ ଯଥାକ୍ରମେ ୧୪.୧୩ ଲକ୍ଷ କୋଟି ଟଙ୍କା ଏବଂ ୧୧.୭୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଅର୍ଥବ୍ୟବସ୍ଥା - ସେବେ ଓ ଏବେ
- ୨୦୧୪ରେ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାର ଦାୟିତ୍ୱ ଥିଲା। ସେବେବେଳେ ସମୟର ନିମ୍ନ ଆବଶ୍ୟକତା ଥିଲା:
- ନିବେଶ କୁ ଆକୃଷ୍ଟ କରିବା
- ଅତ୍ୟନ୍ତ ଆବଶ୍ୟକ ସଂସ୍କାର ପାଇଁ ସମର୍ଥନ ସୃଷ୍ଟି କରିବା
- ଲୋକଙ୍କୁ ଆଶା ଦେବା
- 'ରାଷ୍ଟ୍ର-ପ୍ରଥମ'ର ଦୃଢ଼ ବିଶ୍ୱାସ ରଖି ସରକାର ସଫଳ ହୋଇଥିଲେ
- "୨୦୧୪ ପର୍ଯ୍ୟନ୍ତ ଆମେ କେଉଁଠି ଥିଲୁ ଏବଂ ବର୍ତ୍ତମାନ ଆମେ କେଉଁଠାରେ ଅଛୁ ତାହା ଦେଖିବା ଲାଗି ବର୍ତ୍ତମାନ ସମୟ ଉପଯୁକ୍ତ": ଅର୍ଥମନ୍ତ୍ରୀ
- ସଦନରେ ଏ ସଂକ୍ରାନ୍ତରେ ସରକାର ଏକ ଶ୍ୱେତପତ୍ର ରଖିବେ ।












Click it and Unblock the Notifications