Budget 2024: ବଜେଟ୍ ୨୦୨୪ରେ କ'ଣ କ'ଣ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ?

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଅର୍ଥନୈତିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ ଆସିଛନ୍ତି । ଭାରତରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ହ୍ରାସ ପାଉଛି। ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି ।

ଭାରତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି । ଏହି ବଜେଟରେ ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦିଆଯାଇଛି । ବଜେଟ ରୋଜଗାର ଏବଂ ଦକ୍ଷତା ଉପରେ ଧ୍ୟାନ ଦେଇଛି ।

ଚଳିତ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମଧ୍ୟବର୍ତ୍ତୀ ବଜେଟରେ ଆମକୁ ୪ଟି ଭିନ୍ନ ଗୋଷ୍ଠୀ ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦେବା ଆବଶ୍ୟକ। କୃଷକମାନଙ୍କ ପାଇଁ ଆମେ ସମସ୍ତ ପ୍ରମୁଖଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଘୋଷଣା କରିଛୁ। ଫସଲ, ମୂଲ୍ୟ ଉପରେ ଅତିକମରେ ୫୦% ମାର୍ଜିନ ପ୍ରତିଶୃତି ପୂରଣ କରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା, ଯାହା ୮୦ କୋଟିରୁ ଅଧିକ ଲୋକଙ୍କୁ ଉପକୃତ ହୋଇଛନ୍ତି।

ବଜେଟ୍‌ର ଗୁରୁତ୍ୱପର୍ଣ୍ଣ ଅଂଶ:-
- ଏହି ବଜେଟ ସମସ୍ତଙ୍କ ବିକାଶ ପାଇଁ
- ଏହା ହେଉଛି ବିକଶିତ ଭାରତର ରୋଡମ୍ୟାପ
- ଶକ୍ତି ସୁରକ୍ଷା ଉପରେ ସରକାରଙ୍କ ଧ୍ୟାନ
- ରୋଜଗାର ବୃଦ୍ଧି ଉପରେ ସରକାରଙ୍କ ଧ୍ୟାନ
-ରୋଜଗାର ବୃଦ୍ଧି ହେଉଛି ସରକାରଙ୍କ ପ୍ରାଥମିକତା
- ପ୍ରାକୃତିକ ଚାଷ ବୃଦ୍ଧି ଉପରେ ଗୁରୁତ୍ୱ- ୩୨ ଫସଲ ପାଇଁ ୧୦୯ କିସମ ଲଞ୍ଚ କରିବ
-କୃଷି କ୍ଷେତ୍ରର ବିକାଶ ହେଉଛି ପ୍ରଥମ ପ୍ରାଥମିକତା

ଅର୍ଥମନ୍ତ୍ରୀ ବିକଶିତ ଭାରତ ପାଇଁ ୯ ପ୍ରଥମିକତା ଉପରେ ନରନ୍ତର ପ୍ରୟାସ କରାଯାଉଥିବା ନେଇ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଲା...

-କୃଷି କ୍ଷେତ୍ରରେ ଉତ୍ପାଦନ ଏବଂ ସମର୍ଥନ
-ରୋଜଗାର ଏବଂ ଦକ୍ଷତା
-ଅନ୍ତର୍ଭୁକ୍ତ ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ
-ଉତ୍ପାଦନ ଏବଂ ସେବାଗୁଡିକ
-ସହରୀ ବିକାଶ
-ଶକ୍ତି ସୁରକ୍ଷା
-ଭିତ୍ତିଭୂମି
-ଉଦ୍ଭାବନ, ଅନୁସନ୍ଧାନ ଏବଂ ବିକାଶ
-ପରବର୍ତ୍ତୀ ପିଢ଼ିର ଉନ୍ନତି

ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ

ଅନ୍ୟପଟେ ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ । ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ । ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ।

ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବଡ ଘୋଷଣା

ଚଳିତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କରିଛନ୍ତି। ବିହାରରେ ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ଅନୁଦାନ ମିଳିବ। ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ପୋଲାଭରମ ଆନ୍ଧ୍ରର ଜୀବନ ରେଖା। ତେଣୁ ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଯୋଜନାରେ ବି ଅନୁଦାନ ଘୋଷଣା କରାଯାଇଛି।

ଚଳିତ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମଧ୍ୟବର୍ତ୍ତୀ ବଜେଟରେ ଆମକୁ ୪ଟି ଭିନ୍ନ ଗୋଷ୍ଠୀ ଗରିବ, ମହିଳା, ଯୁବକ ଏବଂ କୃଷକ ଉପରେ ଧ୍ୟାନ ଦେଇଛୁ। କୃଷକମାନଙ୍କ ପାଇଁ ଆମେ ସମସ୍ତ ପ୍ରମୁଖଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଘୋଷଣା କରିଛୁ। ଫସଲ, ମୂଲ୍ୟ ଉପରେ ଅତିକମରେ ୫୦% ମାର୍ଜିନ ପ୍ରତିଶୃତି ପୂରଣ କରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା, ଯାହା ୮୦ କୋଟିରୁ ଅଧିକ ଲୋକଙ୍କୁ ଉପକୃତ ହୋଇଛନ୍ତି

ମହିଳାଙ୍କୁ ୩ ଲକ୍ଷ କୋଟି

ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ ୩ ଲକ୍ଷ କୋଟିର ପ୍ରବଧାନ କରିଛନ୍ତି । ଏହା ଫଳରେ ଦେଶର ମହିଳା ସ଼୍ବାବଲମ଼୍ବୀ ହୋଇପାରିବେ ବୋଲି ମୋଦି ସରକାର ଆଶା ରଖିଛନ୍ତି ।

Budget 2024: ଚାଲୁ ରହିବ ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ

ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ ଯୋଗାଣ ଚାଲୁ ରହିବ । ରାଜ୍ୟଗୁଡ଼ିକୁ ୫୦ ବର୍ଷ ଅବଧି ବିଶିଷ୍ଟ ଋଣ ଯୋଗାଣ ହେବ । ବିନା ସୁଧରେ ଋଣ ଯୋଗାଇ ଦିଆଯିବ ।

୫ ରାଜ୍ୟକୁ ବନ୍ୟା ନିୟନ୍ତ୍ରଣ ସହାୟତା

୫ ରାଜ୍ୟକୁ ବନ୍ୟା ନିୟନ୍ତ୍ରଣ ସହାୟତା । ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଘୋଷଣା କରାଯାଇଛି । ବନ୍ୟା ମୁକାବିଲା ପାଇଁ ବିହାରକୁ ମିଳିବ ୧୧, ୫୦୦ କୋଟି । ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମକୁ ସହାୟତା ମିଳିବ ।

Budget 2024: ବଡ଼ ଘୋଷଣା, ୧ କୋଟି ଘରକୁ ମାଗଣା ବିଜୁଳି

୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ । ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ । ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Budget 2024 Highlights

ଦେଶରେ ଆଉ ୧୨ଟି ଇଣ୍ତଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା

ବଜେଟରେ ମହିଳା, ଚାଷୀ, ଯୁବବର୍ଗଙ୍କୁ ଗୁରୁତ୍ବ ଦିଆଯାଇଛି । ସେହିପରି ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ । ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ପିପିପି ମୋଡ୍‌ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା ରହିବ । ଡର୍ମିଟୋରୀ ବ୍ୟବସ୍ଥା ରହିବ, ସୁବିଧାରେ ରହିପାରିବେ ଶ୍ରମିକ ।

କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟି

କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ । ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ । ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । -କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ।

ପିଏମ ଆବାସ ଯୋଜନାରେ ୩ କୋଟି ଘର ପିଏମ ଆବାସ ଯୋଜନାରେ ୩ କୋଟି ଘର । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ମିଳିବ । ସେହିପରି ମହିଳା ଏବଂ ଯୁବତୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ସରକାର ଦେବେ ୩ ଲକ୍ଷ କୋଟି ଟଙ୍କା ।

ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି

ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ । ଲୋନ୍‌ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା । ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ ।

୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ

ବଜେଟ୍ ୨୦୨୪ରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ନୂଆ ଟିକସ ବ୍ୟବସ୍ଥାରେ ବାର୍ଷିକ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ । ୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫ ପ୍ରତିଶତ । ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆକର ୧୦ ପ୍ରତିଶତ ରହିବା ବେଳେ ୧୦ ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫ ପ୍ରତିଶତ ଏବଂ ୧୨ ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦ ପ୍ରତିଶତ । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ବାର୍ଷିକ ଆୟକର ୩୦ ପ୍ରତିଶତ ରହିବା ନେଇ ଘୋଷଣ କରାଯାଇଛି । ପୁରୁଣା ଆୟକର ସ୍ଲାବ ଅପରିବର୍ତ୍ତିତ ରହିଛି ।

ଯୁବ ବର୍ଗ ପାଇଁ କଣ ଅଛି ?

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ସର୍ବାଧିକ ଫୋକସ୍‌ ଯୁବବର୍ଗଙ୍କୁ ଦେଇଛନ୍ତି। ପ୍ରଥମ ଥର ଚାକିରି ପାଇଥିବା ଲୋକଙ୍କୁ ସରକାର ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୩୦୦ ଟଙ୍କା ଅତିରିକ୍ତ ପିଏଫ୍‌ ଦେବେ ବୋଲି ଘୋଷଣା କରିଛନ୍ତି। ଏହାସହ ସ୍ଥାନୀୟ ଅନୁଷ୍ଠାନରେ ଅଧ୍ୟୟନ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନ୍‌ସିକ୍ୟୋଡ୍‌ ଏଜୁକେଶନ୍‌ ଲୋନ୍‌ ଉପଲବ୍ଧ ହେବ। ଯୁବକମାନଙ୍କୁ ଦକ୍ଷତା ତାଲିମ ଦିଆଯିବ। ୩୦ ଲକ୍ଷ ଯୁବକ ତାଲିମ ପାଇବେ।

ଏଥିପାଇଁ ବଜେଟରେ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। ୪.୧ କୋଟି ଯୁବକଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ପାଞ୍ଚଟି ଯୋଜନା ଆଣିବେ। ଆସନ୍ତା ୫ ବର୍ଷରେ ସରକାର ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ॥ ସରକାର ଆସନ୍ତା ୫ ବର୍ଷରେ ୧ କୋଟି ଯୁବକଙ୍କୁ ଇଣ୍ଟର୍ନସିପ ପ୍ରଦାନ କରିବେ। ଗୋଟିଏ ବର୍ଷ ଇଣ୍ଟର୍ନସିପ ସମୟରେ ପ୍ରତି ମାସରେ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବୃଦ୍ଧି

ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାକୁ ୫ ବର୍ଷ ବଢାଇ ଦିଆଯାଇଛି।

କଣ ଶସ୍ତା କଣ ମହଙ୍ଗା

ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରି କହିଛନ୍ତି, ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ। ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ। ପ୍ଲାଟିନମ ଉପରୁ ମଧ୍ୟ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ । ସେହିପରି ମୋବାଇଲ ଫୋନ ଏବଂ ଚାର୍ଜର, ବ୍ୟାଟେରୀ ଶସ୍ତା କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ।

୩ ପ୍ରକାର କ୍ୟାନ୍ସର୍‌ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ। ଔଷଧ ଓ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ। ଏକ୍ସରେ ଟ୍ୟୁବ ଉପରୁ ମଧ୍ୟ ଶୁଳ୍କ ହ୍ରାସ ନେଇ ବଜେଟରେ ଘୋଷଣା କରାଯାଇଛି। ପଲିଥିନ ଉପରେ କଷ୍ଟମ ଡ୍ୟୁଟି ମଧ୍ୟ ହ୍ରାସ କରାଯାଇଛି ।

ଅନ୍ୟପଟେ ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ। ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ମଧ୍ୟ ଶୁଳ୍କ ବଢ଼ିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+