ବଜେଟ ଉପରେ ଜୟରାମ ରମେଶଙ୍କ ପ୍ରତିକ୍ରିୟା,କହିଲେ....
ଆଜି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ସେ ଫେବୃଆରୀ ୧ରେ ୪୭,୬୫,୭୬୮ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଥିଲେ। ସାଧାରଣ ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଛି।
ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୪୮,୨୦,୫୧୨ କୋଟି ଟଙ୍କା ରହିଛି। ବଜେଟ ଉପସ୍ଥାପିତ ହେବା ମାତ୍ରେ କଂଗ୍ରେସ ଭାଜପାକୁ ଟାର୍ଗେଟ୍ କରିଛି। ଲୋକ ସଭା ନିର୍ବାଚନ ଫଳାଫଳ ପରେ ଅର୍ଥମନ୍ତ୍ରୀ କଂଗ୍ରେସର ୨୦୨୪ ମାନିଫେଷ୍ଟୋ ପଢିଥିବାରୁ ଆମେ ଖୁସି ବୋଲି କଂଗ୍ରେସ କହିଛନ୍ତି।

ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ର ବଜେଟ ୨୦୨୪-୨୫ରେ ପ୍ରଧାନମନ୍ତ୍ରୀ ଇଣ୍ଟର୍ନଶିପ ଯୋଜନା ଘୋଷଣା କରିଛନ୍ତି। ଏଥିରେ ଯୁବକମାନେ ଇଣ୍ଟର୍ନସିପ ସହିତ ମାସିକ ୫୦୦୦ ଟଙ୍କା ଭତ୍ତା ପାଇବେ। ଏନେଇ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି,
ସରକାର ଘୋଷଣା କରିଥିବା ଇଣ୍ଟର୍ନସିପ ଯୋଜନା ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ମାନିଫେଷ୍ଟୋରେ ରାଇଟ ଟୁ ଆପ୍ରେଣ୍ଟିଶିପ ପ୍ରତିଶ୍ରୁତି ଥିଲା। ଏହା ଏକ ବର୍ଷ ପାଇଁ ଡିପ୍ଲୋମା ଏବଂ ଡିଗ୍ରୀ ହାସଲ କରିଥିବା ବେକାର ଯୁବକମାନଙ୍କୁ ତାଲିମ ପ୍ରଦାନ କରିବା ସହ ପ୍ରତି ମାସରେ ୮୫୦୦ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ। କଂଗ୍ରେସ ଏହି କାର୍ଯ୍ୟକ୍ରମକୁ 'ପେହଲି ନଉକ୍ରି ପାକ୍କି' ନାଁ ଦେଇଥିଲା।












Click it and Unblock the Notifications