Budget 2024: ୫ ରାଜ୍ୟକୁ ବନ୍ୟା ନିୟନ୍ତ୍ରଣ ସହାୟତା; ବିହାରକୁ ମିଳିବ ୧୧, ୫୦୦ କୋଟି
୫ ରାଜ୍ୟକୁ ବନ୍ୟା ନିୟନ୍ତ୍ରଣ ସହାୟତା । ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଘୋଷଣା କରାଯାଇଛି । ବନ୍ୟା ମୁକାବିଲା ପାଇଁ ବିହାରକୁ ମିଳିବ ୧୧, ୫୦୦ କୋଟି । ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମକୁ ସହାୟତା ମିଳିବ ।

ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କ ପ୍ରାଧାନ୍ୟ ଦିଆଯାଇଛି । ଗରିବ, ମହିଳା,ଯୁବଗର୍ଗ ଏବଂ କୃଷକଙ୍କୁ ମିଳିଛି ପ୍ରାଧାନ୍ୟ । ଘରୋଇ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଣା ସୀତାରମଣ ଘୋଷଣା କରିଛନ୍ତି ।
ସେହିପରି ପିଏମ ଆବାସ ଯୋଜନାରେ ୩ କୋଟି ଘର ପିଏମ ଆବାସ ଯୋଜନାରେ ୩ କୋଟି ଘର । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ମିଳିବ । ସେହିପରି ମହିଳା ଏବଂ ଯୁବତୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ସରକାର ଦେବେ ୩ ଲକ୍ଷ କୋଟି ଟଙ୍କା । ମୁଦ୍ରା ଲୋନ୍ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ ।












Click it and Unblock the Notifications