Budget 2024: କଣ ଆପଣ ଜାଣନ୍ତି କି, କେତେ କୋଟିର ଥିଲା ଆମ ଦେଶର ପ୍ରଥମ ବଜେଟ ?
ଆସନ୍ତା ୨୩ ତାରିଖରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହା ଉପରେ ଏବେ ପୁରା ଦେଶର ନଜର । ଭାରତରେ ବଜେଟର ଇତିହାସ ଅତ୍ୟନ୍ତ ପୁରାତନ । ଦେଶ ସ୍ଵାଧୀନତା ପାଇବା ପୂର୍ବରୁ ଭାରତରେ ବଜେଟ୍ ଉପସ୍ଥାପିତ ହୋଇଥିଲା । କିନ୍ତୁ କଣ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କେବେ ଏବଂ କିଏ ଉପସ୍ଥାପନ କରିଥିଲେ ? କେତେ କୋଟିର ହୋଇଥିଲା ପ୍ରଥମ ବଜେଟ? ତେବେ ଆସନ୍ତୁ ଜାଣିବା ସେ ବିଷୟରେ...
ବ୍ରିଟିଶ୍ ମାନଙ୍କ ଶାନରୁ ସ୍ଵାଧୀନତା ପାଇବା ତିନି ମାସ ମଧ୍ୟରେ ସଂସଦରେ ଉପସ୍ଥାପିତ ହୋଇଥିଲା ପ୍ରଥମ ବଜେଟ୍ । ସ୍ଵାଧିନ ଭାରତର ପ୍ରଥମ କେନ୍ଦ୍ରୀୟ ବଜେଟ୍ ୨୬ ନଭେମ୍ବର ୧୯୪୭ ରେ ଅର୍ଥମନ୍ତ୍ରୀ ଆର.କେ ଶଣମୁଖମ୍ ଚେଟ୍ଟୀଙ୍କ ଦ୍ଵାରା ଉପସ୍ଥାପିତ ହୋଇଥିଲା । ଭାରତ-ପାକିସ୍ତାନ ବିଭାଜନ ହେତୁ ବ୍ୟାପକ ଦଙ୍ଗା ମଧ୍ୟରେ ପ୍ରଥମ ୟୁନିୟନ ବଜେଟ୍ ଉପସ୍ଥାପିତ ହୋଇଥିଲା ।

ଏହି ବଜେଟ୍ କେବଳ ୭.୫ ମାସ ପାଇଁ ହୋଇଥିଲା । କାରଣ ଏହା ପରେ ଦେଶର ଦ୍ୱିତୀୟ ବଜେଟ୍ ୧ ଏପ୍ରିଲ ୧୯୪୮ରୁ କାର୍ଯ୍ୟକାରୀ ହେବାରଥିଲା ।
ପ୍ରଥମ ୟୁନିୟନ ବଜେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର ୧୯୪୮ ପର୍ଯ୍ୟନ୍ତ ଉଭୟ ଭାରତ ଏବଂ ପାକିସ୍ତାନକୁ ସମାନ ମୁଦ୍ରା ବଣ୍ଟାଯାଇଥିଲା । ବଜେଟରେ ମୁଖ୍ୟ ଖର୍ଚ୍ଚ ଫୁଡ୍ ପ୍ରଡକ୍ସନ, ପ୍ରତିରକ୍ଷା ସେବା ଏବଂ ନାଗରିକ ଉପରେ ଥିଲା । ଦେଶରେ କମ୍ ଖାଦ୍ୟ ଉତ୍ପାଦନ ହେତୁ ଖାଦ୍ୟ ଶସ୍ୟ ଉପରେ ଆତ୍ମନିର୍ଭରଶୀଳତାକୁ ପ୍ରାଧାନ୍ୟ ଦିଆଯାଇଥିଲା | ସେହି ବଜେଟରେ ଆନୁମାନିକ ରାଜସ୍ୱ ଖର୍ଚ୍ଚ ୧୯୭.୩୯ କୋଟି ଟଙ୍କା ଥିଲା, ସେଥିମଧ୍ୟରୁ ୯୨.୭୪ କୋଟି ଟଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦିଆଯାଇଥିଲା ।
ପ୍ରତିରକ୍ଷା ବଜେଟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, କାରଣ ସେତେବେଳେ ଦେଶକୁ ବିଭାଜନର ଭାର ବହନ କରିବାକୁ ପଡୁଥିଲା । ଏଭଳି ପରିସ୍ଥିତିରେ ପ୍ରତିରକ୍ଷା ସାମଗ୍ରୀ ଉପରେ ଅଧିକ ଖର୍ଚ୍ଚ କରିବା ଯୁକ୍ତିଯୁକ୍ତ ଏବଂ ଆବଶ୍ୟକ ଥିଲା |












Click it and Unblock the Notifications