Budget 2024: ଚାଲୁ ରହିବ ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ ଯୋଗାଣ ; ବିନା ସୁଧରେ ୫୦ ବର୍ଷ ଅବଧି ବିଶିଷ୍ଟ ଋଣ
ରାଜ୍ୟଗୁଡ଼ିକୁ ଦୀର୍ଘମିଆଦି ଋଣ ଯୋଗାଣ ଚାଲୁ ରହିବ । ରାଜ୍ୟଗୁଡ଼ିକୁ ୫୦ ବର୍ଷ ଅବଧି ବିଶିଷ୍ଟ ଋଣ ଯୋଗାଣ ହେବ । ବିନା ସୁଧରେ ଋଣ ଯୋଗାଇ ଦିଆଯିବ ।
ଦେଶରେ ୪ଟି ଜାତି ଅଛନ୍ତି । ଗରିବ, ମହିଳା, ଯୁବ ଏବଂ ଅନ୍ନଦାତା..ଏଭଳି କ୍ଷେତ୍ରକୁ ଦେଖି ହିଁ କେନ୍ଦ୍ର ସରକାର ଏମାନଙ୍କ ବିକାଶ ପାଇଁ ଲାଗିଛନ୍ତି । ଅନ୍ୟପଟେ ୫୦ ବର୍ଷିଆ ସୁଧ ରହିତ ଯୋଜନାରେ ଦିଆଯିବ ଋଣ । ଗବେଷଣା ପାଇଁ ଜୟ ଅନୁସନ୍ଧାନ ଯୋଜନା ଆରମ୍ଭ କରାଯାଇଛି । ୫୦ ବର୍ଷିଆ ଦୀର୍ଘମିଆଦି ଯୋଜନାରେ ଗବେଷଣା ପାଇଁ ଋଣ ମିଳିବ । କେନ୍ଦ୍ର ସରକାରଙ୍କ ଫୋକସରେ GDP, ଗଭର୍ଣ୍ଣାନସ୍, ବିକାଶ ଏବଂ ପ୍ରଦର୍ଶନ ରହିଛି ।
ସେହିପରି ବଜେଟ୍ରେ ଜିଡିପି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ନିର୍ମଳା ସୀତାରମଣ । ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ ।

୫ ରାଜ୍ୟକୁ ବନ୍ୟା ନିୟନ୍ତ୍ରଣ ସହାୟତା । ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ବତନ୍ତ୍ର ସହାୟତା ଘୋଷଣା କରାଯାଇଛି । ବନ୍ୟା ମୁକାବିଲା ପାଇଁ ବିହାରକୁ ମିଳିବ ୧୧, ୫୦୦ କୋଟି । ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମକୁ ସହାୟତା ମିଳିବ ।
୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ । ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ । ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ












Click it and Unblock the Notifications