ବଜେଟ୍ ୨୦୨୩: ମିଲେଟ୍କୁ ପ୍ରୋତ୍ସାହନ ପାଇଁ 'ଶ୍ରୀ ଅନ୍ନ'
ମିଲେଟ୍କୁ ପ୍ରୋତ୍ସାହନ ପାଇଁ ନାମକରଣ ହୋଇଛି ‘ଶ୍ରୀଅନ୍ନ’ ଯୋଜନା । ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ-୧ ଥିବା ବେଳେ ରପ୍ତାନୀରେ ନମ୍ବର୨ରେ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Budget 2023: ଉପସ୍ଥାପିତ ହୋଇଛି ବର୍ଷ 2023 ପାଇଁ କେନ୍ଦ୍ର ବଜେଟ୍ (Union Budget) । ବଜେଟ୍ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମିଲେଟ୍କୁ ପ୍ରୋତ୍ସାହନ ପାଇଁ ନାମକରଣ ହୋଇଛି 'ଶ୍ରୀଅନ୍ନ' ଯୋଜନା । ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ-୧ ଥିବା ବେଳେ ରପ୍ତାନୀରେ ନମ୍ବର୨ରେ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଚଳିତ ବଜେଟରେ କୃଷିକ୍ଷେତ୍ର ଓ କୃଷକମାନଙ୍କୁ ଗୁରୁତ୍ବ ଦିଆଯାଇଛି। କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା କରାଯାଇଛି ବୋଲି ଆଜି ସଂସଦରେ ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।
ଏହି ବଜେଟରେ ମହିଳା, ଯୁବ, ଚାଷୀଙ୍କୁ ଫୋକସ କରାଯାଇ କୃଷିକ୍ଷେତ୍ରରେ ଷ୍ଟାର୍ଟଅପକୁ ସୁଯୋଗ ଦିଆଯିବାକୁ ନେଇ ଘୋଷଣା କରାଯାଇଛି। କୃଷି ଷ୍ଟାର୍ଟଅପ୍ ଫୋକସ୍ କ୍ଷେତ୍ର ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ। ଆମ ଜନସଂଖ୍ୟାର ୬୫ ପ୍ରତିଶତରୁ ଅଧିକ ଗ୍ରାମାଞ୍ଚଳରେ ବାସ କରନ୍ତି ଏବଂ ପ୍ରାୟ ୪୫ ପ୍ରତିଶତ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ। ଏଣୁ କୃଷିକୁ ଗୁରୁତ୍ବ ଦିଆଯାଇଛି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ର ପାଇଁ ଖୋଲା ଉତ୍ସ ଡିଜିଟାଲ ପବ୍ଲିକ ଇନଫ୍ରା, କୃଷି ଇନପୁଟ, ଋଣ, ବୀମା, ଫସଲ ସୁରକ୍ଷା, କୃଷି ତ୍ୱରାନ୍ୱିତ ପାଣ୍ଠି, କୃଷି ଷ୍ଟାର୍ଟଅପ୍ ଫୋକସ୍ କ୍ଷେତ୍ର ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ। ଉତ୍ପାଦନ କ୍ଷମତା ଏବଂ ଲାଭ ରୋଜଗାର କ୍ଷମତା ମଧ୍ୟ ବୃଦ୍ଧି ପାଇବ। କୃଷକ, ସରକାରୀ ଏବଂ ଶିଳ୍ପ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ। ଏଥିପାଇଁ ଏକ କୃଷି ତ୍ୱରାନ୍ୱିତ ପାଣ୍ଠି ସୃଷ୍ଟି ହେବ ଯାହା ଦ୍ବାରା କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍ ପ୍ରୋତ୍ସାହନ ହୋଇପାରିବ। ଏହା ସହିତ ଆଧୁନିକ ଜ୍ଞାନକୌଶଳ ମଧ୍ୟ ବୃଦ୍ଧି କରାଯିବ।
ସେହିପରି ଆଉ ବର୍ଷେ ମାଗଣା ଅନ୍ନ ଯୋଜନା ବଢ଼ିଥିବା ନେଇ ଘୋଷଣା ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପାଇଁ ୨ କୋଟି ଲକ୍ଷରୁ ଅଧିକ ବଜେଟ୍ କରାଯାଇଛି। ୨୮ ମାସ ଯାଏଁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଛି। ପିଏମ୍ ସୁରକ୍ଷା ଯୋଜନାରେ ୪୪ କୋଟି ଲୋକ ଲାଭ ପାଉଛନ୍ତି। ପ୍ରତି ବ୍ୟକ୍ତିଙ୍କ ମୁଣ୍ଡପିଛା ଆୟ ୨ ଗୁଣା ହୋଇଛି।












Click it and Unblock the Notifications