Budget 2023: ମହିଳାଙ୍କୁ ଅର୍ଥମନ୍ତ୍ରୀଙ୍କ ଭେଟି, ଆରମ୍ଭ ହେବ ନୂଆ ମହିଳା ସଞ୍ଚୟ ଯୋଜନା
ମହିଳା ସଞ୍ଚୟ ଯୋଜନା ଜରିଆରେ ମହିଳା ମାନେ ୨ ବର୍ଷ ପର୍ଯ୍ୟନ୍ତ ୨ ଲକ୍ଷ ଟଙ୍କାର ନିବେଶ କରିପାରିବେ ଏହି ଜମା ଉପରେ ସେମାନଙ୍କୁ ଟିକସ ଦେବା ପାଇଁ ପଡିବ ନାହିଁ ।

Budget 2023: ମହିଳାଙ୍କ ପାଇଁ ନୂଆ ସଞ୍ଚୟ ଯୋଜନା । ଆଜି ବଜେଟ୍ ୨୦୨୩-୨୪ରେ ମହିଳାଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳାଙ୍କ ପାଇଁ ଆଣିଛନ୍ତି ନୂଆ ଯୋଜନା ଯେଉଁଥିରେ ପ୍ରାୟ ୨ ଲକ୍ଷ ଟଙ୍କା ଯାଏ ସଞ୍ଚୟ ଉପରେ ୭.୫ ପ୍ରତିଶତ ସୁଧ ପାଇବ । ଖୁବ୍ ଶୀଘ୍ର ମହିଳା ସଞ୍ଚୟ ପତ୍ର ଯୋଜନାର ଶୁଭାରମ୍ଭ ହେବ ।
ସେହିପରି ଦେଶର ବରିଷ୍ଠ ନାଗରିକ ମାନଙ୍କ ପାଇଁ ମଧ୍ୟ ମୋଦି ସରକାର ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ବରିଷ୍ଠ ନାଗରିକ ଖାତା ଯୋଜନାର ସୀମା ୪.୫ ଲକ୍ଷରୁ ୯ ଲକ୍ଷକୁ ବୃଦ୍ଧି କରାଯିବ । ମହିଳା ସଞ୍ଚୟ ଯୋଜନା ଜରିଆରେ ମହିଳା ମାନେ ୨ ବର୍ଷ ପର୍ଯ୍ୟନ୍ତ ୨ ଲକ୍ଷ ଟଙ୍କାର ନିବେଶ କରିପାରିବେ ଏହି ଜମା ଉପରେ ସେମାନଙ୍କୁ ଟିକସ ଦେବା ପାଇଁ ପଡିବ ନାହିଁ ବରଂ ୭.୫ % ସୁଧ ମିଳିବ । ତେବେ ମହିଳାଙ୍କୁ ଆର୍ଥିକ ସ୍ୱଚ୍ଛଳ ଏବଂ ଆତ୍ମନିର୍ଭର କରିବା ପାଇଁ ଏହା କେନ୍ଦ୍ର ସରକାରଙ୍କର ଏକ ପ୍ରୟାସ ।












Click it and Unblock the Notifications