ବଜେଟ୍ ୨୦୨୩: ଜାଣନ୍ତ, କେଉଁ ମନ୍ତ୍ରଣାଳୟକୁ ମିଳିଲା କେତେ ?
ସବୁ ଥର ପରି ଏଥର ମଧ୍ୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ସବୁଠାରୁ ଅଧିକ ବ୍ୟୟ ବରାଦ ହୋଇଛି । କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ୫.୯୪ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ।

Budget 2023: ଉପସ୍ଥାପିତ ହୋଇଛି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ (Union Budget) । ବଜେଟ୍ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏସବୁ ଭିତରେ କେଉଁ ପ୍ରମୁଖ ମନ୍ତ୍ରଣାଳୟକୁ କେତେ ଟଙ୍କା ମିଳିଛି, ତା'ର ତଥ୍ୟ ସାମ୍ନାକୁ ଆସିଛି ।
ତେବେ ସବୁ ଥର ପରି ଏଥର ମଧ୍ୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ସବୁଠାରୁ ଅଧିକ ବ୍ୟୟ ବରାଦ ହୋଇଛି । କେନ୍ଦ୍ର ସରକାର ଏହି କ୍ଷେତ୍ର ପାଇଁ ୫.୯୪ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଦ୍ୱିତୀୟରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ରହିଥିବା ବେଳେ ତୃତୀୟରେ ରେଳବାଇ ରହିଛି । ତେବେ ଆସନ୍ତୁ ନଜର ପକାଇବା ପୂରା ତାଲିକା ଉପରେ...
କେଉଁ ମନ୍ତ୍ରଣାଳୟକୁ ମିଳିଲା କେତେ ?
- ୧- ପ୍ରତିରକ୍ଷା- ୫.୯୪ ଲକ୍ଷ କୋଟି
- ୨- ସଡ଼କ ପରିବହନ ଓ ଜାତୀୟ ରାଜପଥ- ୨.୭୦ ଲକ୍ଷ କୋଟି
- ୩- ରେଳବାଇ- ୨.୪୧ ଲକ୍ଷ କୋଟି
- ୪- ଖାଉଟି ବ୍ୟାପାର, ଖାନ୍ୟ ଓ ସାଧାରଣ ବଣ୍ଟନ- ୨.୦୬ ଲକ୍ଷ କୋଟି
- ୫- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ- ୧.୯୬ ଲକ୍ଷ କୋଟି
- ୬- କେମିକାଲ ଓ ଫର୍ଟିଲାଇଜର- ୧.୭୮ ଲକ୍ଷ କୋଟି
- ୭- ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ- ୧.୬୦ ଲକ୍ଷ କୋଟି
- ୮- କୃଷି ଓ ଚାଷୀ କଲ୍ୟାଣ ମନ୍ତ୍ରଣାଳ- ୧.୨୫ ଲକ୍ଷ କୋଟି
- ୯- ଯୋଗାଯୋଗ ମନ୍ତ୍ରଣାଳୟ -୧.୨୩ ଲକ୍ଷ କୋଟି












Click it and Unblock the Notifications