Budget 2023: ଜାଣନ୍ତୁ କ'ଣ ରହିଲା ଚଳିତ ବର୍ଷର ବଜେଟ୍
ଡେଲି ହଣ୍ଟ ଆପଣଙ୍କୁ ଚଳିତ ବର୍ଷ ବଜେଟର ପ୍ରତ୍ୟେକ ଟିକନିକ୍ ଅପଡେଟ୍ ଦେଉଥିଲା । ଆପଣଙ୍କ ପାଖରେ ସଠିକ୍ ଖବର ଉଚିତ୍ ସମୟରେ ପହଁଚାଇବା ଆମର କର୍ତ୍ତବ୍ୟ । ଆଗକୁ ମଧ୍ୟ ଆମର ଏହି ପ୍ରୟାସ ଜାରି ରହିବ ।

Union Budget 2023 Highlights
ଏପର୍ଯ୍ୟନ୍ତ ଚଳିତ ବର୍ଷ ବଜେଟର ସବୁଠାରୁ ବଡ଼ ଘୋଷଣା ହେଉଛି ନୂଆ ଆୟକର ସ୍ଲାବ ପ୍ଲାନ । ନୂଆ ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଅର୍ଥାତ ପ୍ରଥମ କରି ଟ୍ୟାକ୍ସ ଭରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଗଲା । ସେହିପରି ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ ରହିଛି । ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫% ରହିଥିବା ବେଳେ ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%, ୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%, ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% ଓ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ପ୍ରତିଶତ ରହିଛି । ସେହିପରି ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା ୨୦ ଲକ୍ଷ କୋଟିର କୃଷି ଋଣ ଫଣ୍ତ୍ । ଯେଉଁଥିରେ ପଶୁପାଳନ, ମତ୍ସ୍ୟ ଏବଂ ଦୁଗ୍ଧ ଉପରେ ଅଧିକ ଧ୍ୟାନ ଦିଆଯିବ । ଏହା ସହ ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ମଧ୍ୟ ସରକାର ଆଣିଛନ୍ତି ଏକ ବଡ ଯୋଜନା । ଖୁବ୍ ଶୀଘ୍ର ଆରମ୍ଭ ହେବା ପାଇଁ ଯାଉଛି ମହିଳାଙ୍କ ପାଇଁ ନୂଆ ସଞ୍ଚୟ ଯୋଜନା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳାଙ୍କ ପାଇଁ ଆଣିଛନ୍ତି ନୂଆ ଯୋଜନା ଯେଉଁଥିରେ ପ୍ରାୟ ୨ ଲକ୍ଷ ଟଙ୍କା ଯାଏ ସଞ୍ଚୟ ଉପରେ ୭.୫ ପ୍ରତିଶତ ସୁଧ ପାଇବ । ସେହିପରି ଦେଶର ବରିଷ୍ଠ ନାଗରିକ ପାଇଁ ମଧ୍ୟ ମୋଦି ସରକାର ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ବରିଷ୍ଠ ନାଗରିକ ଖାତା ଯୋଜନାର ସୀମା ୪.୫ ଲକ୍ଷରୁ ୯ ଲକ୍ଷକୁ ବୃଦ୍ଧି କରାଯିବ ।
କେଉଁ ମନ୍ତ୍ରଣାଳୟକୁ ମିଳିଲା କେତେ ?
୧- ପ୍ରତିରକ୍ଷା- ୫.୯୪ ଲକ୍ଷ କୋଟି
୨- ସଡ଼କ ପରିବହନ ଓ ଜାତୀୟ ରାଜପଥ- ୨.୭୦ ଲକ୍ଷ କୋଟି
୩- ରେଳବାଇ- ୨.୪୧ ଲକ୍ଷ କୋଟି
୪- ଖାଉଟି ବ୍ୟାପାର, ଖାନ୍ୟ ଓ ସାଧାରଣ ବଣ୍ଟନ- ୨.୦୬ ଲକ୍ଷ କୋଟି
୫- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ- ୧.୯୬ ଲକ୍ଷ କୋଟି
୬- କେମିକାଲ ଓ ଫର୍ଟିଲାଇଜର- ୧.୭୮ ଲକ୍ଷ କୋଟି
୭- ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ- ୧.୬୦ ଲକ୍ଷ କୋଟି
୮- କୃଷି ଓ ଚାଷୀ କଲ୍ୟାଣ ମନ୍ତ୍ରାଣାଳ- ୧.୨୫ ଲକ୍ଷ କୋଟି
୯- ଯୋଗାଯୋଗ ମନ୍ତ୍ରଣାଳୟ -୧.୨୩ ଲକ୍ଷ କୋଟି
ଡେଲି ହଣ୍ଟ ଆପଣଙ୍କୁ ଚଳିତ ବର୍ଷ ବଜେଟର ପ୍ରତ୍ୟେକ ଟିକନିକ୍ ଅବଡେଟ୍ ଦେଉଥିଲା । ଆପଣଙ୍କ ପାଖରେ ସଠିକ୍ ଖବର ଉଚିତ୍ ସମୟରେ ପହଁଚାଇବା ଆମର କର୍ତ୍ତବ୍ୟ । ଆଗକୁ ମଧ୍ୟ ଆମର ଏହି ପ୍ରୟାସ ଜାରି ରହିବ । ଆଗକୁ ମଧ୍ୟ ଡେଲି-ହଣ୍ଟ ରିଅଲ୍-ଟାଇମ୍ ଅପଡେଟ୍, ଖବର ଏବଂ ବିଶ୍ଳେଷଣ ପ୍ରଦାନ କରିବ । ଆମ ସହିତ ଯୋଡିହୋଇ ରହିଥିବାରୁ ଧନ୍ୟବାଦ୍ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications