Budget 2023: ବଜେଟରେ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ, ଖୋଲିବ ୧୫୭ ନର୍ସିଂ କଲେଜ
ସୀତାରମଣ ଘୋଷଣା କରିଛନ୍ତି ଯେ, ଆଗାମୀ ଦିନରେ ୧୫୭ ସରକାରୀ ନର୍ସିଂ କଲେଜ ଖୋଲାଯିବ । ଏହାସହ ଏକ ମିଶନ ଆରମ୍ଭ ହେବ । ଯାହାର ଲକ୍ଷ୍ୟ ରହିବ ଯେ, ଆଗାମୀ ୨୦୪୭ ମସିହା ସୁଦ୍ଧା ଦେଶରୁ ସିକଲ୍ ସେଲ ଆନେମିଆ ରୋଗ ସମୂଳେ ନାଶ ହେବ ।
Budget 2023: ଉପସ୍ଥାପିତ ହେଲା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ (Union Budget) । ଆଜି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଅବସରରେ ସୀତାରମଣ ଘୋଷଣା କରିଛନ୍ତି ଯେ, ଆଗାମୀ ଦିନରେ ୧୫୭ ସରକାରୀ ନର୍ସିଂ କଲେଜ ଖୋଲାଯିବ । ଏହାସହ ଏକ ମିଶନ ଆରମ୍ଭ ହେବ । ଯାହାର ଲକ୍ଷ୍ୟ ରହିବ ଯେ, ଆଗାମୀ ୨୦୪୭ ମସିହା ସୁଦ୍ଧା ଦେଶରୁ ସିକଲ୍ ସେଲ ଆନେମିଆ ରୋଗ ସମୂଳେ ନାଶ ହେବ ।

ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ବଜେଟ୍ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୮୯ ହଜାର ୧୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେଥିମଧ୍ୟରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ୮୬ ହଜାର ୧୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଥିବା ବେଳେ ସ୍ୱାସ୍ଥ୍ୟ ଗବେଷଣା ବିଭାଗକୁ ୨ ହଜାର ୯୮୦ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି ।
ସେହିପରି ଶିକ୍ଷାକ୍ଷେତ୍ରରେ ପାଖାପାଖି ସାଢ଼େ ୩ଲକ୍ଷ ଆଦିବାସୀ ଛାତ୍ରଙ୍କ ପାଇଁ ୭୪୦ଟି ଏକଲବ୍ୟ ମଡେଲ୍ ସ୍କୁଲ ଖୋଲିବା କଥା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେପଟେ ଚଳିତ ଆର୍ଥିକ ବର୍ଷରେ ଚାଷୀଙ୍କୁ ୨୦ ଲକ୍ଷ କୋଟିର ଋଣ ପାଇଁ ଲକ୍ଷ୍ୟ ରଖାଯାଇଛି । ବିକଳ୍ପ ଇନ୍ଧନର ପ୍ରୟୋଗ ଉପରେ ଗୁରୁତ୍ୱ ଦେବା ପାଇଁ ଗୋବର୍ଦ୍ଧନ ସ୍କିମରେ ୫ଶହ ପ୍ଲାଣ୍ଟ ସ୍ଥାପନ କରାଯିବ ।












Click it and Unblock the Notifications