Budget 2023: ବଜେଟ ଭରଣା ପାଇଁ ରେକର୍ଡ ୧୫.୪ ଲକ୍ଷ କୋଟି ଟଙ୍କାର ଋଣ କରିବେ ସରକାର
ରାଜସ୍ୱ ନିଅଣ୍ଟକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର ୧୫.୪ ଲକ୍ଷ କୋଟି ଟଙ୍କାର ଋଣ ଆଣିବେ। ନିଜର ବ୍ୟୟ ଅଟକଳକୁ ଠିକ୍ ରଖିବା ଓ ଦେଶର ଅର୍ଥନୀତିକୁ ଟ୍ରାକ୍ରେ ରଖିବା ପାଇଁ କେନ୍ଦ୍ର ସରକାର ଏପରି ଋଣ କରିବା ପାଇଁ ଯାଉଛନ୍ତି ।

Budget 2023: ଉପସ୍ଥାପିତ ହେଲା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ (Union Budget) । ଆଜି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତଥର ମୋଟ୍ ୪୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ରହିଛି ।
ମାତ୍ର ଆର୍ଥିକ ବର୍ଷ ୨୦୨୪ରେ ସରକାର ଲକ୍ଷ୍ୟ ଅନୁଯାୟୀ ରାଜସ୍ୱ ସଂଗ୍ରହ କରିପାରିବେ ନାହିଁ ବୋଲି ଆଶଙ୍କା କରିଛନ୍ତି । ରାଜସ୍ୱ ନିଅଣ୍ଟକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର ୧୫.୪ ଲକ୍ଷ କୋଟି ଟଙ୍କାର ଋଣ ଆଣିବେ। ନିଜର ବ୍ୟୟ ଅଟକଳକୁ ଠିକ୍ ରଖିବା ଓ ଦେଶର ଅର୍ଥନୀତିକୁ ଟ୍ରାକ୍ରେ ରଖିବା ପାଇଁ କେନ୍ଦ୍ର ସରକାର ଏପରି ଋଣ କରିବା ପାଇଁ ଯାଉଛନ୍ତି ।
କହରିଖୁ କି, ୨୦୨୩ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ମୋଟ ୧୪.୨୧ ଲକ୍ଷ କୋଟି ଟଙ୍କା ଋଣ କରିବେ । ତେବେ ୨୦୨୪ ଆର୍ଥିକ ବର୍ଷରେ ଏହାଠାରୁ ଆହୁରି ଅଧିକ ଋଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ୧୪.୨୧ ଲକ୍ଷ କୋଟି ଟଙ୍କାର ଋଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଜାନୁଆରୀ ୨୭ ସୁଦ୍ଧା ୧୨.୯୩ ଲକ୍ଷ କୋଟି ଟଙ୍କାର ଋଣ କରି ସାରିଛନ୍ତି। ଯାହା ମୋଟ ଋଣ ଅଟକଳର ୯୧%। ସରକାର ବାରମ୍ବାର ଋଣ କରୁଥିବା ବେଳେ ସବସିଡି ବିଲ୍ ମଧ୍ୟ ବୃଦ୍ଧି କରିଛନ୍ତି । ତେବେ ଏହି ଆର୍ଥିକ ବର୍ଷରେ ଆର୍ଥିକ ନିଅଣ୍ଟକୁ ଜିଡିପିର ୫.୯ ପ୍ରତିଶତକୁ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି, ଯାହାକି ଚଳିତ ଆର୍ଥିକ ବର୍ଷରେ ୬.୪ ପ୍ରତିଶତ ଥିଲା ।












Click it and Unblock the Notifications