କେନ୍ଦ୍ର ବଜେଟ୍ 2023: ଏଥର ବି ସୀତାରମଣଙ୍କ ଶାଢ଼ିକୁ ନେଇ ଚର୍ଚ୍ଚା !
ବଜେଟ୍ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସବୁଥରକ ଭଳି ଏଥର ବି ସୀତାରମଣଙ୍କ ଶାଢ଼ିକୁ ନେଇ ଚର୍ଚ୍ଚା ହୋଇଛି । ସେ ଏଥର ବି ସେହି ପାରମ୍ପରିକ ଶାଢ଼ିରେ ନଜର ଆସିଛନ୍ତି ।

ନୂଆଦିଲ୍ଲୀ: ଉପସ୍ଥାପିତ ହୋଇଛି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ (Union Budget) । ବଜେଟ୍ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସବୁଥରକ ଭଳି ଏଥର ବି ସୀତାରମଣଙ୍କ ଶାଢ଼ିକୁ ନେଇ ଚର୍ଚ୍ଚା ହୋଇଛି । ସେ ଏଥର ବି ସେହି ପାରମ୍ପରିକ ଶାଢ଼ିରେ ନଜର ଆସିଛନ୍ତି ।
୨୦୧୯ରେ, ଭାରତର ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ, ସେ ପ୍ରତ୍ୟେକ ଥର ବଜେଟ୍ ଦିନରେ ବିଭିନ୍ନ ରାଜ୍ୟର ହାତବୁଣା ଶାଢ଼ି ପିନ୍ଧିବା ଆରମ୍ଭ କରିଥିଲେ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟରେ ସେ ଲାଲ ରଙ୍ଗର ହାତବୁଣା ଶାଢ଼ି ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭାରତରେ ନାଲି ରଙ୍ଗକୁ ସାହାସ, ଶକ୍ତିର ପ୍ରତୀକ ମାନି ଥାଆନ୍ତି । ଅର୍ଥମନ୍ତ୍ରୀ ସବୁବେଳେ ହାତବୁଣା ଲୁଗା ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଏହି ଶାଢ଼ି ପିନ୍ଧି ଅର୍ଥ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ହାତବୁଣା ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗରଙ୍କୁ ପ୍ରୋତ୍ସାହନ ଦେବା ।
ଅନ୍ୟପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶୀ ଶାଢ଼ିରେ ନଜର ଆସିଛନ୍ତି । ରାଷ୍ଟ୍ରପତି ଯେକୌଣସି ବଡ଼ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଆନ୍ତି ସେତେବେଳେ ଓଡ଼ିଶାର ଟସର ସିଲ୍କ ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି । ତାଙ୍କୁ ଏହି ଦେଶୀ ଶାଢ଼ି ପିନ୍ଧିବାକୁ ଖୁବ୍ ଭଲ ଲାଗେ । ରାଷ୍ଟ୍ରପତି ଭାବେ ଶପଥ ନେବା ଦିନ ମଧ୍ୟ ସେ ଓଡ଼ିଶାରେ ତିଆରି ଟସର ସିଲ୍କ ଶାଢ଼ି ପିନ୍ଧିଥିଲେ । ଆଜି ବଜେଟ୍ ୨୦୨୩ ଉପସ୍ଥାପନ ପୂର୍ବରୁ ମଧ୍ୟ ତାଙ୍କୁ ସେହି ଟସର ସିଲ୍କ ଶାଢ଼ିରେ ଦେଖିବାକୁ ମିଳିଥିଲା ।












Click it and Unblock the Notifications