Get Updates
Get notified of breaking news, exclusive insights, and must-see stories!

ବଜେଟରେ ବଡ ଘୋଷଣା: ୭ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଟ୍ୟାକ୍ସ ମାଫ୍

ଚଳିତ ବଜେଟର ସବୁଠାରୁ ବଡ଼ ଘୋଷଣା ହେଉଛି ନୂଆ ଆୟକର ସ୍ଲାବ ପ୍ଲାନ । ନୂଆ ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

Budget 2023

Budget 2023: ବର୍ଷ 2023 ପାଇଁ କେନ୍ଦ୍ର ବଜେଟ୍ (Union Budget) ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏପର୍ଯ୍ୟନ୍ତ ଚଳିତ ବଜେଟର ସବୁଠାରୁ ବଡ଼ ଘୋଷଣା ହେଉଛି ନୂଆ ଆୟକର ସ୍ଲାବ ପ୍ଲାନ । ନୂଆ ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଅର୍ଥାତ ପ୍ରଥମ କରି ଟ୍ୟାକ୍ସ ଭରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଗଲା ।

ସେହିପରି ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ ରହିଛି । ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫% ରହିଥିବା ବେଳେ ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%, ୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%, ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% ଓ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ପ୍ରତିଶତ ରହିଛି ।

ସେହିପରି ଅନ୍ୟ ଏକ ବଡ ଘୋଷଣା ମୁତାବକ ଅନ୍ନ ଯୋଜନାରେ ଆଉ ବର୍ଷେ ମାଗଣ ଚାଉଳ ମିଳିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ସାରା ଦେଶର ଗରିବଙ୍କୁ ମାଗଣା ଖାଦ୍ୟ ଯୋଗାଇବା ପାଇଁ ମୋଦୀ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନା ଯୋଜନା ପାଇଁ 2 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+