ମାୟାବତୀଙ୍କ ବଡ଼ ଘୋଷଣା, ଏଣିକି ଏହି ନିର୍ବାଚନ ଲଢ଼ିବ ନାହିଁ BSP
ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉପନିର୍ବାଚନରେ ପରାଜୟ ପରେ ବିଏସ୍ପି ସୁପ୍ରିମୋ ମାୟାବତୀ ଏକ ବଡ ଘୋଷଣା କରିଛନ୍ତି ଏବଂ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମାୟାବତୀ କହିଛନ୍ତି ଯେ ଉପନିର୍ବାଚନରେ ବେଆଇନ ଭୋଟ୍ ବନ୍ଦ କରିବାକୁ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ ବିଏସ୍ପି କୌଣସି ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ।
ମାୟାବତୀ କହିଛନ୍ତି ଯେ ବିଏସ୍ପିକୁ ଦୁର୍ବଳ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଉଛି। ନିର୍ବାଚନ ସମୟରେ ସରକାରୀ କଳର ଅପବ୍ୟବହାର କରାଯାଇଥିଲା। ବିଏସ୍ପିକୁ ରୋକିବାକୁ ସମସ୍ତ ଦଳ କାର୍ଯ୍ୟ କରୁଛନ୍ତି। ଏହା ସହିତ ସେ ଚନ୍ଦ୍ରଶେଖରଙ୍କ ପାର୍ଟିକୁ ମଧ୍ୟ ଟାର୍ଗେଟ କରିଥିଲେ। ମାୟାବତୀ ଏହି ଛୋଟ ଦଳକୁ ଭୋଟ୍ ନ ଦେବାକୁ ଦଳିତ ଭୋଟରଙ୍କୁ ନିବେଦନ କରିଛନ୍ତି। ଏହି ସମସ୍ତ ଦଳ ଅନ୍ୟ ଦଳ ପକ୍ଷରୁ ଗଠନ କରାଯାଇଛି।

ବିଏସ୍ପିକୁ ପଛରେ ପକାଇବା ପାଇଁ ଏହି ସବୁ କରାଯାଉଛି। ଯାହାଦ୍ୱାରା ଦଲିତମାନେ କେବେ ଆଗକୁ ଯାଇପାରିବେ ନାହିଁ। ରାଜ୍ୟର ୯ ଟି ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ଅନେକ କିଛି ଦେଖିବାକୁ ମିଳିଥିଲା । ବିକ୍ରି ହେଉଥିବା ଦଳକୁ ଭୋଟ୍ ଦିଅନ୍ତୁ ନାହିଁ। କେବଳ ବିଏସ୍ପିକୁ ଭୋଟ୍ ଦିଅନ୍ତୁ। ସେ କହିଛନ୍ତି ଯେ ବିରୋଧୀ ଦଳର ଲୋକଙ୍କ ପ୍ରତି ମଧ୍ୟ ସତର୍କ ରହିବାକୁ ପଡିବ।
ମାୟାବତୀ କହିଛନ୍ତି ୨୦୦୭ମସିହାରେ ମଧ୍ୟ ସମସ୍ତ ଦଳ ଆମକୁ ଅଟକାଇବା ପାଇଁ କାର୍ଯ୍ୟ କରିଥିଲେ। ଦଳିତ ସମ୍ପ୍ରଦାୟର କିଛି ବ୍ୟକ୍ତି ବଡ଼ ଦଳଙ୍କ ସାହାଯ୍ୟରେ ନୂଆ ଦଳ ଗଠନ କରିଥିଲେ। ଚନ୍ଦ୍ରଶେଖରଙ୍କୁ ଲକ୍ଷ୍ୟ କରି ମାୟାବତୀ କହିଛନ୍ତି ଯେ ଏହି ଲୋକମାନେ ଭୋଟରଙ୍କ ମାଧ୍ୟମରେ ଗୋଟିଏ କିମ୍ବା ଦୁଇଟି ସିଟ୍ ଜିତନ୍ତି ଏବଂ ହେଲିକପ୍ଟର ତଥା ବଡ଼ ଗାଡିରେ ମଧ୍ୟ ବୁଲନ୍ତି। ତେବେ ସାମ୍ବାଦିକ ସମ୍ମିଳନୀରେ ସେ ଚନ୍ଦ୍ରଶେଖରଙ୍କ ନାମ ନେଇ ନ ଥିଲେ। ନାମ ନ ନେଇ କେବଳ ଇସାରାରେ ସେ ଏଭଳି କହିଥିଲେ।












Click it and Unblock the Notifications