ଜନ୍ମଦିନରେ ମାୟାବତୀଙ୍କ ବଡ଼ ଘୋଷଣା, ୨୦୨୪ ସାଧାରଣ ନିର୍ବାଚନରେ ଏକାକି ଲଢିବ ବିଏସପି
୨୦୨୪ ସାଧାରଣ ନିର୍ବାଚନରେ ଏକାକି ଲଢିବ ବିଏସପି, କରିବ ନାହିଁ ମେଣ୍ଟ: ମାୟାବତୀ
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେ ଠାରୁ ସବୁ ଦଳ ରୋଡମ୍ୟାପ୍ ପ୍ରସ୍ତୁତ କଲାଣି । ତେବେ ଆଗାମୀ ନିର୍ବାଚନରେ ବିଏସପି ଏକା ଲଢିବ, କେଉଁ ଦଳ ସହ କରିବ ନାହିଁ ମେଣ୍ଟ ଆଜି ନିଜ ଜନ୍ମଦିନ ଅବସରରେ ବିଏସପି ସୁପ୍ରିମୋ ମାୟାବତୀ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ଏହା ସହ ଅନ୍ୟ ରାଜନୈତିକ ଦଳକୁ ଟାର୍ଗେଟ୍ ମଧ୍ୟ କରିଛନ୍ତି ମାୟାବତୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ଯଦି ବାଲାଟ ପେପର ମାଧ୍ୟମରେ ହୁଏ ତେବେ କ୍ଷୀର କ୍ଷୀର ଏବଂ ପାଣି ପାଣି ହୋଇଯିବ । ବିଜେପି ରାଜନୈତିକୁ କଡା ନିନ୍ଦା କରି ସେ କହିଛନ୍ତି, ନିଜ ଭୁଲ ନୀତିକୁ ଲୁଚାଇବା ପାଇଁ ଯାଇ ବିଜେପି ଗ୍ଲୋବାଲ ସମ୍ମିଳନୀ କରୁଛି । ସେହିପରି ଆଇନ ଶୃଙ୍ଖଳାର ନିନ୍ଦା କରିବା ସହ ଜାତିଆଣ ଚିନ୍ତାଧାରାକୁ ଦୂର କରିବା କଥା ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ । ସେହିପରି ୨୦୨୪ ନିର୍ବାଚନ ବାଲାଟ ପେପରରେ କରିବା ପାଇଁ ସେ ଦାବି କରିଛନ୍ତି । ଆଜି ରାଜ୍ୟ ମୁଖ୍ୟକାର୍ଯ୍ୟଳରେ ଗଣମାଧ୍ୟମ ସହ ଆଗାମୀ ନିର୍ବାଚନକୁ ନେଇ ଅନେକ ସୂଚନା ଦେଇଥିଲେ ବିଏସପି ସୁପ୍ରିମୋ ମାୟାବତୀ ।












Click it and Unblock the Notifications