ବୁଲା କୁକୁରଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହେଲେ BSP ନେତା
ଆଇନ ସମସ୍ତଙ୍କ ପାଇଁ ସମାନ । ଯିଏ ଅପରାଧ କରିବ ତାଙ୍କୁ ଦଣ୍ଡ ମିଳିବ । ଏମିତି କିଛି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାମିଲନାଡ଼ୁର ଜଣେ BSP ନେତାଙ୍କୁ ଗିରଫ କରିଛି ପୁଲିସ। ୧୬ଟି ବୁଲା କୁକୁରଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ BSP ନେତା ହେଉଛନ୍ତି ୪୩ ବର୍ଷୀୟ ଭେଟ୍ରି ବନ୍ଧନ। ତିରୁଭଲ୍ଲୁର ପୁଲିସ ଆଜି ତାଙ୍କୁ ଗିରଫ କରିଛି।

ସେ ୧୬ଟି କୁକୁରଙ୍କୁ ବିଷ ଦେଇ ମାରିଥିବା ଅଭିଯୋଗ ହୋଇଥିଲା। କାର୍ତ୍ତିକେୟନ ନାମକ ଜଣେ ବ୍ୟକ୍ତି ଥାନାରେ ଏହି ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ତିରୁଭଲ୍ଲୁର ପୁଲିସ ଏବଂ ଡିଏସପିଙ୍କ ଏକ ଟିମ୍ ଘଟଣାର ତଦନ୍ତ କରିଥିଲେ।
ପୁଲିସ ଏକାଧିକ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିଥିଲା। ଭିଡିଓରେ ଜଣେ ବ୍ୟକ୍ତି କିଛି ଦିନ ବ୍ୟବଧାନରେ କୁକୁରଙ୍କୁ ଖାଇବାକୁ ଦେଇଥିବା ଦେଖାଯାଇଥିଲା। ବ୍ୟକ୍ତି ଜଣକ ବିଏସପି ନେତା ଭେଟ୍ରି ବନ୍ଧନ ବୋଲି ଜଣାପଡ଼ିଥିଲା। ପୁଲିସ ତାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା।
ଜେରା ସମୟରେ ସେ କୁକୁରଙ୍କୁ ବିଷ ଦେଇଥିବା ସ୍ୱୀକାର କରିଛନ୍ତି। କୁକୁରମାନେ ବାରମ୍ବାର ତାଙ୍କ ପାରା ଏବଂ କୁକୁଡ଼ାମାନଙ୍କୁ ଆକ୍ରମଣ କରିବାରୁ ସେମାନଙ୍କୁ ବିଷ ଦେଇଥିବା ସ୍ୱୀକାର କରିଥିଲେ।
ପୁଲିସ କହିଛି ଯେ, ବିଷକ୍ରିୟା ପରେ ୧୬ଟି କୁକୁରଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ଭେଟ୍ରି ବନ୍ଧନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ସେଠାରୁ ରିମାଣ୍ଡରେ ନେଇ ତଦନ୍ତ କରାଯାଉଛି।












Click it and Unblock the Notifications