ଖୁବଶୀଘ୍ର ଆରମ୍ଭ ହେବା BSNLର 5G ସେବା

ଦେଶରେ ବିଭିନ୍ନ ସ୍ଥାନରେ ଏବେ ଆରମ୍ଭ ହୋଇ ଯାଇଛି ହାଇସ୍ପିଡ୍ ଇଣ୍ଟରନେଟ୍ 5G ସେବା । ଏୟାରଟେଲ ଓ ଜିଓ ପକ୍ଷରୁ ଏହି 5G ସେବା ଆରମ୍ଭ ହୋଇଥିବା ବେଳେ ଏହି ରେସ୍ ରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି (ବିଏସଏନଏଲ) BSNL ।

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସ୍ଥାନରେ ଏବେ ଆରମ୍ଭ ହୋଇ ଯାଇଛି ହାଇସ୍ପିଡ୍ ଇଣ୍ଟରନେଟ୍ 5G ସେବା । ଏୟାରଟେଲ ଓ ଜିଓ ପକ୍ଷରୁ ଏହି 5G ସେବା ଆରମ୍ଭ ହୋଇଥିବା ବେଳେ ଏହି ରେସ୍ ରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି (ବିଏସଏନଏଲ) BSNL ।

BSNL To Launch 5G

ବର୍ତ୍ତମାନ କମ୍ପାନୀ ଗ୍ରାହକମାନଙ୍କୁ ୩ଜି ସେବା ଯୋଗାଉଥିବା ବେଳେ ଖୁବଶୀଘ୍ର ୪ଜି ସହିତ ୫ଜି ସେବା ଯୋଗାଇବା ଆରମ୍ଭ କରିପାରେ ।ଏଭଳି ପରିସ୍ଥିତିରେ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପାଇଁ ଚ୍ୟାଲେଞ୍ଜ ବଢିପାରେ ।

ରିପୋର୍ଟ ଅନୁଯଆଇ, ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ବିଏସଏନଏଲର ଶୁଭାରମ୍ଭ ନିଶ୍ଚିତ ହୋଇଛି । ବିଏସଏନଏଲ ଏହାର ୫ଜି ସୁବିଧା ଏପ୍ରିଲ୍ ୨୦୨୪ ସୁଦ୍ଧା ଆରମ୍ଭ କରିପାରିବ। ସମ୍ପ୍ରତି, ବିଏସଏନଏଲ ୪ଜି ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଚଳିତ ବର୍ଷ ୨୦୨୩ ସୁଦ୍ଧା ୪ଜି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏକ ବର୍ଷ ମଧ୍ୟରେ କମ୍ପାନୀ ଏହାର ନେଟୱାର୍କକୁ ୫ଜିକୁ ଅପଗ୍ରେଡ୍ କରିବ। ବର୍ତ୍ତମାନ, କମ୍ପାନୀ ସି-ଡଟ୍‌ ଏବଂ ଟିସିଏସ୍‌ ସହଯୋଗରେ ୩ଜି ଅପଗ୍ରେଡ୍ ଅର୍ଥାତ୍ ୪ଜି ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ।

ସୂଚନାମୁତାବକ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଏୟାରଟେଲ ଏବଂ ଜିଓ ୫ଜି ସେବା ଆରମ୍ଭ କରିବା ସମୟରେ ବିଏସଏନଏଲ ୫ଜି ଲଞ୍ଚ ବିଷୟରେ ଘୋଷଣା କରିଛନ୍ତି। ସେ ଏହି ସମୟରେ କହିଛନ୍ତି ଯେ ୨୦୨୪ ବର୍ଷର ମାର୍ଚ୍ଚ କିମ୍ବା ଏପ୍ରିଲରେ ବିଏସଏନଏଲ ୫ଜି ପ୍ରଚଳନ କରାଯିବ। ଗତ ବର୍ଷର ଶେଷ ମାସରେ ଭାରତରେ ୫ଜି ସେବା ଆରମ୍ଭ କରାଯାଇଥିଲା।
ବିଏସଏନଏଲ ୫ଜି ଲଞ୍ଚ କଲେ ଅନ୍ୟ ଟେଲିକମ କମ୍ପାନୀଙ୍କ ତୁଳନାରେ ଏହା ଶସ୍ତା ରହିବ ତେଣୁ ଏହା ଅଧିକ ଆଦୃତ ହେବ ବୋଲି ଆଶା କରାଯାଉଛି ।

ତେବେ ଉଲ୍ଲେଖଯୋଗ୍ୟ ଯେ, ଏୟାରଟେଲ ଓ ଜିଓ ଭାରତରେ ଅକ୍ଟୋବର ମାସରେ ୫ଜି ସେବା ଶୁଭାରମ୍ଭ କରିଥିଲେ । ଚଳିତ ଜାନୁୟାରୀ ମାସରୁ ଏହି ୨ କମ୍ପାନୀ ଓଡ଼ିଶାର ଭୁବନେଶ୍ୱର ଓ କଟକରେ ୫ଜି ସେବାର ଆରମ୍ଭ କରିଛନ୍ତି । ଏହି ୨ କମ୍ପାନି ଏବେ ଦେଶର ଏକାଧିକ ସହରରେ ୫ଜି ଉପଲବ୍ଧ କରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+